ତାଲାବନ୍ଦରେ ଲୁଗା ଦୋକାନ ଖୋଲିବା ପଡିଲା ମହଙ୍ଗା : ନିଆଳିରେ ଖୋଲାଥିବା ସୀମା ଟେକ୍ସଟାଇଲକୁ ସିଲ କଲେ ତହସିଲଦାର

288

କନକ ବ୍ୟୁରୋ : ଲକଡ଼ାଉନରେ ଲୁଗା ଦୋକନ ଖୋଲି ବେପାର କରିବା ପଡ଼ିଲା ମହଙ୍ଗା । କରୋନା ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଦୋକାନ ସିଲ କଲା ପୋଲିସ । କଟକ ନିଆଳି ବଜାରରେ ଥିବା ସୀମା ଟେକ୍ସଟାଇଲ ଦିନ ସାରା ଖୋଲା ରହି ବେପାର ଚଳାଇଥିଲା । ନିଆଳି ତହସିଲଦାର ଖବର ପାଇବା ପରେ ଦୋକାନରେ ଚଢଉ କରି ୧୭ ତାରିଖ ଯାଏଁ ସିଲ କରାଯାଇଛି ।

ସବୁଠାରୂ ଆଶ୍ଚର୍ଯ୍ୟର କଥା ହେଲା ନିଆଳିରେ ଥିବା ବଡ ବଡ ଲୁଗା ଦୋକାନ ଆଗ ପଟ ତାଲା ପକାଇ ଗଳାବାଟରେ ଦୋକାନ ଭିତରେ ବେପାର କରୁଛନ୍ତି । ଯାହାକି ସାଧାରଣ ଲୋକଙ୍କ ଜୀବନ ସହ ଖେଳ ଖେଳୁଛନ୍ତି । ନିଆଳି ଅଂଚଳରେ ମହାମାରୀ କରୋନା କାୟା ବିସ୍ତାର କରିିଥିବାବେଳେ କିଛି ଅମାନିଆ ତାଲାବନ୍ଦ ନ ମାନି ଅଯଥା ଗହଳି ସୂଷ୍ଟି କରିବା ସହ ବିପଦକୁ ଟାଣି ଆଣୁଛନ୍ତି ।