ଗାଁକୁ ରାସ୍ତା ନହେବାରୁ ନିଆଳି ପନିହୁଡାବାସୀଙ୍କ ଅଭିନବ ପ୍ରତିବାଦ : ଶୁଣିଲାନି ପ୍ରଶାସନ, ରାସ୍ତାରେ ତଳି ରୋଇ ଗ୍ରାମବାସୀଙ୍କ ପ୍ରତିବାଦ 

92

କନକ ବ୍ୟୁରୋ : ରାସ୍ତାରେ ଧାନ ତଳି ରୋଇ ପ୍ରତିବାଦ । ଯାତାୟତ ରାସ୍ତା ପାଲଟିଛି ଧାନ ବିଲ । ଏହି ରାସ୍ତାକୁ ଦେଖିଲେ ଲାଗିବ ଭୁଲ ବଶତଃ କୌଣସି ଚାଷ ଜମିକୁ ଆସି ଯାଇଛନ୍ତି । ଯୁଆଡ଼େ ଚାହିଁବ ଖାଲି ଖାଲି ପଚ ପଚ କାଦୁଅ । ଏହି କାଦୁଆ ଲୋକଙ୍କୁ ଏକମାତ୍ରା ଭରଷା । ଯାତାୟତ ପାଇଁ ଲୋକଙ୍କ ପାଇଁ ଗାଁଲୋକଙ୍କ ପାଖରେ ନାହିଁ ଅନ୍ୟ କୌଣସି ବିକଳ୍ପ ।

କଟକ ଜିଲ୍ଲା ନିଆଳି ବ୍ଲକରୁ ମାତ୍ର ୫୦୦ ମିଟର ଦୂର ମଝିଖଣ୍ଡ ପନିହୁଡ଼ାବାସୀଙ୍କ ପାଇଁ ରାସ୍ତା ପାଲଟିଛି ସମସ୍ୟା । ରାସ୍ତା ନିର୍ମାଣ ପାଇଁ ବ୍ଲକ ଅଫିସରୁ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ସରପଂଚ ପାଖରେ ବାରମ୍ବାର ଅଭିଯୋଗ କରିଛନ୍ତି ଗାଁ ଲୋକ । ହେଲେ କୌଣସି ଲାଭ ହୋଇନି ।

ଶେଷରେ ଗାଁ ଲୋକ ନିରାଶ ହୋଇ ରାସ୍ତାରେ ତଳି ରୋଇ ପ୍ରତିବାଦ କରିଛନ୍ତି । ଏହା ସହ ବ୍ଲକ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଚେତାବନି ଦେଇଛନ୍ତି ।