ନିଆଳିରେ ବିଏସଏନଏଲ ଟାୱାର ଅଛି, ହେଲେ ସିଗନାଲ ନାହିଁ। ନେଟୱାର୍କ ନଥିବାରୁ ସରକାରୀ ଓ ବେସରକାରୀ ସଂସ୍ଥାରେ ରହୁନି ଲିଙ୍କ।

54

କନକ ବ୍ୟୁରୋ: ଭୂତକୋଠି ପାଲଟିଛି ୧୨ କୋଟିର ବିଏସଏନଏଲ୍ ଅଫିସ । କଟକ ଜିଲ୍ଲା ନିଆଳିରେ ବିଏସଏନଏଲ ଟାୱାର ଅଛି, ଅଫିସ ଅଛି କିନ୍ତୁ ନେଟୱାର୍କ ନାହିଁ । ଏଠାରେ ବିପର୍ଯ୍ୟସ୍ତ ବିଏସଏନଏଲ ସେବା । ବର୍ତ୍ତମାନ ଡିଜିଟାଲ ଯୁଗରେ ମଣିଷ ଚନ୍ଦ୍ରପୃଷ୍ଠରେ ଘର କରିବାକୁ ବାହାରିଛି । ମୋବାଇଲ ଇଣ୍ଟରନେଟ ଜରିଆରେ ସବୁ କାମ ସହଜରେ କରିହେଉଛି । ସମସ୍ତ ସରକାରୀ କିମ୍ବା ବେସରକାରୀ ସଂସ୍ଥାର କାମ କରିବା ପାଇଁ ମୋବାଇଲ ଇଣ୍ଟରନେଟର ଭୂମିକା ବେସ୍ ଗୁରୁତ୍ୱପୂର୍ଣ୍ଣ ରହିଛି । ତେଣୁ ଲୋକେ ବିଏସ୍ଏନ୍ଏଲ୍, ଜିଓ, ଭୋଡାଫୋନ୍, ଏୟାରଟେଲ, ଭଳି ନେଟୱାର୍କ ଉପରେ ନିର୍ଭର କରୁଛନ୍ତିା ଅନ୍ୟ ସବୁ ନେଟୱାର୍କ ନିରବଚ୍ଛିନ୍ନ ଭାବେ ଫୋର-ଜି, ଫାଇଭ-ଜି ସେବା ଯୋଗାଇ ଆସୁଥିବା ବେଳେ ନିଆଳିରେ ବିଏସଏନଏଲ ସେବା ଫେଲ ମାରିଛି ।

ଦୀର୍ଘ ବର୍ଷ ହେଲା ଏଠାରେ ଥିବା ବିଏସଏନଏଲ ଏକ୍ସଚେଞ୍ଜ ଅଫିସ ଭୂତକୋଠି ପାଲଟିଥିବା ବେଳେ ସେବା ଯୋଗାଇବାରେ ବିଫଳ ହୋଇଛି ଏହି ସରକାରୀ ସଂସ୍ଥା । ଗ୍ରାମାଞ୍ଚଳରେ ନେଟୱାର୍କ ଲିଙ୍କ ଫେଲ ଯୋଗୁଁ ଗ୍ରାହକ ନିରାସ ହେଉଛନ୍ତି । ବିଏସ୍ଏନ୍ଏଲ୍ ନେଟୱାର୍କ ନଥିବାରୁ ବ୍ୟାଙ୍କ, ବ୍ଲକ, ତହସିଲ, ଥାନା ଓ ଜନସେବା କେନ୍ଦ୍ରରେ ଲିଙ୍କ ରହୁନି, ଫଳରେ ଗ୍ରାହକଙ୍କୁ ନିରାଶ ହୋଇ ଫେରିବାକୁ ପଡୁଥିବା ଅଭିଯୋଗ ହୋଇଛି । ନିଆଳିରେ ଅନ୍ୟ କୌଣସି ନେଟୱାର୍କ ଠିକ ଭାବେ କାମ କରୁ ନଥିବାରୁ ଲୋକେ ବାଧ୍ୟ ହୋଇ ବିଏସଏନଏଲ ଉପରେ ନିଭର କରୁଥିବା କହିଛନ୍ତି ।