କନକ ବ୍ୟୁରୋ : ସଂକ୍ରମଣ ଭୟରେ କେହି ଛୁଇଁଲେନି ମୃତଦେହ । ମହାମାରୀ କରୋନାକୁ ଭୟକରି କାନ୍ଧ ଦେବାରୁ ଦୂରେଇ ଗଲେ ଆତ୍ମୀୟ । କରୋନା କାଳରେ ଏପରି କରୁଣ ଚିତ୍ର ଆସିଛି କଟକ ଜିଲ୍ଲାର ନିଆଳି ଅଂଚଳରୁ । ଏପରି ସମୟରେ ଜୀବନକୁ ଖାତିର ନକରି ଆଗକୁ ଆସିଲେ କିଛି ଗଣମାଧ୍ୟମ ପ୍ରତିନିଧି, ସ୍ଥାନୀୟ ବୁଦ୍ଧିଜୀବୀ, ତହସିଲଦାର ଓ ସ୍ଥାନୀୟ ସରପଂଚ ।
ନିଆଳି ବ୍ଲକ କୃଷ୍ଣପ୍ରସାଦ ପଂଚାୟତର ସାରଣା ପାରିବସ୍ତ ଗାଁର ନରେନ୍ଦ୍ର ପ୍ରଧାନ ନାମକ ଜଣେ ୫୫ ବର୍ଷୀୟ ବୃଦ୍ଧ କିଛି ଦିନ ଧରି ଜରରେ ପୀଡିତ ଥିଲେ । ଗତକାଲି ତାଙ୍କ ଦେହ ଅସୁସ୍ଥ ହେବା ପରେ ସେ ଆଖି ବୁଜିଥିଲେ । ଶବ ଉଠାଇବାକୁ କେହି ଆସିନଥିଲେ ଆଗକୁ । ଘରେ ସେମିତି ପଡି ରହିଥିଲା ଶବ । ଖବର ପାଇ ନିଆଳି ତହସିଲଦାର ପହଁଚି ସ୍ଥାନୀୟ ସରପଂଚଙ୍କ ସହାୟତାରେ ଶବ ଦାହ ବ୍ୟବସ୍ଥା କରିଥିଲେ । ଏଥିରେ ସହ ଯୋଗର ହାତ ବଢାଇଥିଲେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି । ସମସ୍ତେ ପିପିଇ କିଟ୍ ପିନ୍ଧି ମୃତ ନରେନ୍ଦ୍ରଙ୍କ ଘର ଠାରୁ କିଛି ଦୂରରେ ଥିବା ତାଙ୍କ ଜମିରେ ଅନ୍ତିମ ସଂସ୍କାର କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/05/vlcsnap-2021-05-14-12h57m46s230.png)