ବାତ୍ୟା ପରେ ନଷ୍ଟ ହୋଇଯାଇଛି ପାନବରଜ ! ମୁଣ୍ଡରେ ହାତ ଦେଇ ଚିନ୍ତାରେ ବସିଛି ଚାଷୀ

ବରଜରେ ହିଁ ଜଳିଗଲାଣି ପାନ

55

କନକ ବ୍ୟୁରୋ : ବରଜରେ ହିଁ ଜଳିଗଲାଣି ପାନ । ପ୍ରଥମେ ବାତ୍ୟା ମାଡ଼ରେ ନଷ୍ଟ ହୋଇଯାଇଥିଲା, ଏବେ ଖରା ସାଜିଛି ଦାଉ । ବାତ୍ୟା ପ୍ରଭାବରେ ତାଟି ଗୁଡ଼ିକ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଖରା ମାଡ଼ରେ ନଷ୍ଟ ହେବାକୁ ବସିଛି ପାନ । ଏଭଳି ସ୍ଥିତିରେ ଭଙ୍ଗା ତାଟିକୁ ଉଠାଇ ପୁଣି ଥରେ ସଳଖି ଠିଆ କରିବାକୁ ଚେଷ୍ଟା କରୁଛି ଚାଷୀ । ଏ ଚିତ୍ର ହେଉଛି କଟକ ନିଆଳି ବ୍ଲକ୍ ଖଣ୍ଡେଶ୍ୱର ଗାଁର । ଏବେ କେମିତି କ୍ଷତି ଭରଣା ହେବ ସେ କଥା ଭାବିଲା ବେଳକୁ ଚାଷୀ ମୁଣ୍ଡର ଚଡକ ପଡ଼ିଯାଉଛି ।

ପାଣି ଏବଂ ଛାଇ ଅଭାବରୁ ଏବେ ନିଆଳି ଅଂଚଳରେ ପାନ ଚାଷ ନଷ୍ଟ ହେବାକୁ ବସୁଥିବା ବେଳେ ପରିବାର ଚଳିବ କେମିତି ତାକୁ ନେଇ ଚିନ୍ତାରେ ଚାଷୀ । ଏଭଳି ବି ଚାଷୀ ଅଛନ୍ତି ଯେଉଁମାନେ ଏହି ପାନଚାଷରେ ୫୦ ହଜାରରୁ ୨ ଲକ୍ଷ ଯାଏଁ ଖର୍ଚ୍ଚ କରି ଦେଇଛନ୍ତି । ଆଉ ଏଭଳି ପରିସ୍ଥିତିରେ ମୂୂୂଳ ଟଙ୍କା ଫେରିବ ନା ନାହିଁ ତାକୁ ନେଇ ଚାଷୀ ମନରରେ ସନ୍ଦେହ । ଆଖି ଆଗରେ ସବୁ କିଛି ନଷ୍ଟ ହୋଇଥିବା ପରେ ଏବେ ନିଆଳି ଅଂଚଳର ପାନ ଚାଷୀଙ୍କ ପାଇଁ ଭରସା କହିଲେ କେବଳ ସରକାରୀ ସହାୟତା ।