ଟିକାକରଣ ଭିତରେ ନିଆଳିରୁ ଆସିଲା ବିରୋଧର ଚିତ୍ର: ନିଆଳି ଡାକ୍ତରଖାନାରେ କରୋନା ଟିକାକୁ ବର୍ଜନ କଲେ ଏଏନମ୍ କର୍ମୀ

ସ୍ଥାୟୀ ଚାକିରୀ ସହ ଦରମା ବୃଦ୍ଧି ଦାବିରେ ଟିକାକରଣକୁ କଲେ ବର୍ଜନ

299

କନକ ବ୍ୟୁରୋ: କଟକ ଜିଲ୍ଲା ନିଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରେ ଟିକା ନେଲେ ଲାହିଁ ସ୍ୱାସ୍ଥ୍ୟକର୍ମୀ । ଟିକା ବର୍ଜନ କରିବା ସହ ଗଣ ଧାରଣ ଦେଇଛନ୍ତି ସ୍ୱାସ୍ଥ୍ୟକର୍ମୀ । କୋଭିଡ୍ କେୟାର ହୋମ ପାଇଁ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କ ପୁୁନଃ ନିଯୁକ୍ତି ଦାବି କରି ଟିକା ନେଲେ ନାହିଁ ୧୫ରୁ ୧୬ ଜଣ ସ୍ୱାସ୍ଥ୍ୟକର୍ମୀ । ସେମାନେ ବିଭିନ୍ନ ଗ୍ରାମ ପଂଚାୟତରେ ଖୋଲା ଯାଇଥିବା କୋଭିଡ୍ କେୟାର ସେଂଟରରେ କାମ କରୁଥିଲେ ।

ଜରୁରୀ ସମୟରେ ସରକାର ସେମାନଙ୍କୁ ନିଯୁକ୍ତ ଦେଇଥିଲେ, କିନ୍ତୁ ସ୍ଥିତି ନିୟନ୍ତ୍ରଣ ହେବା ପରେ ତାଙ୍କୁ ଚାକିରିରୁ ବାହାର କରିଦେଲେ । ଏଯାଏଁ ବକେୟା ଦରମା ଦେଇ ନାହାନ୍ତି । ତେଣୁ ଟିକା ବର୍ଜନ କରିଛନ୍ତି  ସରକାରଙ୍କ କରୋନା ଟିକା ତାଲିକାରେ ଥିବା ସ୍ୱାସ୍ଥ୍ୟକର୍ମୀ ।