ସନ୍ଦେଶଖାଲି ପରେ ଏବେ ମେଦିନାପୁରରେ ଏନଆଇଏ ଟିମ୍ ଉପରେ ଜୋରଦାର ଆକ୍ରମଣ । ଗାଡି ଉପରକୁ ପଥରମାଡ

ସନ୍ଦେଶଖାଲି ପରେ ଏବେ ମେଦିନାପୁରରେ ଏନଆଇଏ ଟିମ୍ ଉପରେ ଜୋରଦାର ଆକ୍ରମଣ । ଗାଡି ଉପରକୁ ପଥରମାଡ

କନକ ବ୍ୟୁରୋ : ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର ଜିଲ୍ଲାରେ ଏନଆଇଏ ଟିମ୍ ଉପରେ ଆକ୍ରମଣ କରାଯାଇଛି । କିଛି ଲୋକ ଏନଆଇଏ ଟିମକୁ ଘେରିଯାଇ ତାଙ୍କ ଗାଡି ଉପରକୁ ଢେଲା ପଥର ମାଡ କରିଛନ୍ତି । ଏହାପୂର୍ବରୁ ସନ୍ଦେଶଖାଲିରେ ମଧ୍ୟ ଇଡି ଟିମ୍ ଉପରେ ଆକ୍ରମଣ ହୋଇଥିଲା । ଏନଆଇଏ ଟିମ୍ କୋଲକତା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଶନିବାର ଦିନ ସେଠାକୁ ଯାଂଚ ପାଇଁ ଯାଇଥିଲା । ଯାଂଚ ବେଳେ ଏଜେନ୍ସି କିଛି ଲୋକଙ୍କୁ ଗିରଫ କରିଥିଲା ।

ଗିରଫ ହୋଇଥିବା ଲୋକଙ୍କୁ ନେଇ ଏନଆଇଏ ଟିମ୍ ଫେରୁଥିବା ବେଳେ କିଛି ଲୋକ ହଠାତ ଟିମ୍ ଉପରକୁ ଆକ୍ରମଣ କରିଥିଲେ । ଏନଆଇଏ ଟିମ୍ ବିସ୍ଫୋରଣ ମାମଲାର ଯାଂଚ ପାଇଁ ସେଠାକୁ ଯାଇଥିଲେ । ସେଠାରେ ସେମାନେ ୨ଜଣଙ୍କୁ ଗିରଫ କରିଥିଲେ । ଏହି ଗିରଫଦାରୀକୁ ବିରୋଧ କରି ଗ୍ରାମବାସୀମାନେ ଏନଆଇଏ ଟିମ୍ ଉପରେ ଆକ୍ରମଣ କରିଥିଲେ । ୨୦୨୨ ମସିହା ଡିସେମ୍ବର ମାସରେ ଜଣେ ତୃଣମୂଳ କଂଗ୍ରେସ ନେତାଙ୍କ ଘରେ ବିସ୍ଫୋରଣ ହୋଇଥିଲା । ଏହି ମାମଲାରେ ଏନଆଇଏ କିଛି ଲୋକଙ୍କୁ ନୋଟିସ କରିଥିଲା । ଏହି ଘଟଣାରେ ଅଭିଯୁକ୍ତ ଥିବା ୩ଜଣଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ଯାଂଚ ଏଜେନ୍ସି ବାକି ୨ଜଣଙ୍କୁ ଗିରଫ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe