ଧାରାବାହିକ ‘ଏକ ହଜାରୋ ମେଁ ମେରି ବେହେନା ହୈ’ରୁ ଅଭିନୟ ଜଗତରେ ପାଦ ରଖିଥିଲେ ନିଆ । ଏହି ଧାରାବାହିକଟି ବନ୍ଦ ହେବା ପରେ ଜିଟିଭିର ଲୋକପ୍ରିୟ ଧାରାବାହିକ ‘ଜମାଇ ରାଜା’ରେ ତାଙ୍କୁ ଦେଖିବାକୁ ମିଳିଥିଲା । ଧାରାବାହିକ ମାଧ୍ୟମରେ ସମସ୍ତଙ୍କ ପ୍ରଶଂସା ସାଉଁଟିବା ପରେ ସେ ଧାରାବାହିକ ଛାଡ଼ି ମଡ଼େଲିଂରେ ଧ୍ୟାନ ଦେଇଥିଲେ, ଯାହା ତାଙ୍କୁ ଆଣି ଦେଇଥିଲା ଏସିଆର ସବୁଠାରୁ ସେକ୍ସି ମହିଳାର ସମ୍ମାନ ।
ଏହି ସମ୍ମାନ ମିଳିବା ପରେ ସେ ରିୟଲିଟି ସୋ ‘ଖତରୋଁ କି ଖିଲାଡ଼ି’ରେ ମଧ୍ୟ ନଜର ଆସିଥିଲେ । ଏତେ ସବୁ ମଧ୍ୟରେ ଅନେକ ପ୍ରଶଂସା ପାଇବା ସହ ଚର୍ଚ୍ଚିତ ହୋଇ ସାରିଥିବା ନିଆ ଏବେ ଫିଲ୍ମ ଦୁନିଆରେ ପାଦ ରଖିବାକୁ ଯାଉଛନ୍ତି ବୋଲି ସୂଚନା ମିଳିଛି । ପୂର୍ବରୁ ବିକ୍ରମ ଭଟ୍ଟଙ୍କ ୱେବ ସିରିଜରେ କାମ କରି ସାରିଥିବା ନିଆ ଏବେ ତାଙ୍କ ଦ୍ୱାରା ନିର୍ଦ୍ଦେଶିତ ଏକ ଫିଲ୍ମରେ ନଜର ଆସିବେ ବୋଲି ଜଣା ପଡ଼ିଛି । ପୂର୍ବରୁ ୱେବ ସିରିଜ୍ ‘ଅନଟଚେବଲ’ ଏବଂ ‘ଟ୍ଵିଷ୍ଟେଡ଼’ରେ ଅଭିନୟ କରି ସଫଳତା ପାଇଥିବା ବେଳେ ଏହି ଫିଲ୍ମରେ ମଧ୍ୟ ସେ ସଫଳତା ପାଇବେ ବୋଲି ଆଶା ରଖିଛନ୍ତି।
ସବୁବେଳେ ଥ୍ରୀଲର ଫିଲ୍ମ କରିବା ପାଇଁ ପସନ୍ଦ କରୁଥିବା ବିକ୍ରମ ନିଆଙ୍କୁ ନେଇ କିଛି ନୂଆ କରିବେ ବୋଲି ଭାବିଥିବା ଜଣା ପଡ଼ିଛି । ନିଆ ଏବେ ‘ଟ୍ଵିଷ୍ଟେଡ଼୍-୨’ର ସୁଟିଂ କରୁଥିବା ବେଳେ ବର୍ଷ ଶେଷ ଆଡ଼କୁ ଫିଲ୍ମର ସୁଟିଂ ଆରମ୍ଭ କରିବେ ବୋଲି ଜଣା ପଡ଼ିଛି । ଫିଲ୍ମର ଟାଇଟଲ ଏବଂ ନିଆଙ୍କ ବିପକ୍ଷରେ କିଏ ଅଭିନୟ କରିବେ ତାହା ଜଣା ପଡ଼ିନଥିବା ବେଳେ ବିକ୍ରମ ଭଟ୍ଟ ପୂର୍ବରୁ କରିଥିବା ଫିଲ୍ମ ଠାରୁ ଏହା ସମ୍ପୂର୍ଣ୍ଣ ଅଲଗା ରହିବ ବୋଲି ଜଣା ପଡ଼ିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/04/15589564_1247444605326038_2238534988144107218_n-1.jpg)