Secirity personnal near awantipora blast site. Express Photo by Shuaib Masoodi 14/02/2019
କନକ ବ୍ୟୁରୋ: ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ଘଟନାର ରହସ୍ୟର ପର୍ଦ୍ଦାଫାସ୍ କରିବାର ନିକଟତର ହେଲାଣି ତଦନ୍ତକାରୀ ସଂସ୍ଥା ନେସ୍ନାଲ୍ ଇନ୍ଭେଷ୍ଟିଗେସନ୍ ଏଜେନ୍ସି (ଏନଆଇଏ)। ଏହି ବ୍ୟାପକ ଆକ୍ରମଣ ଅଭିଯାନରେ ସ୍ଥାନୀୟ ସହଯୋଗୀ ଆଦିଲ୍ ଅହମଦ୍ ଦରଙ୍କ ସମେତ ଜୈଶ୍-ଏ-ମହମ୍ମଦର ଚାରି କିମ୍ବା ପାଞ୍ଚ ଜଣ ଆତଙ୍କାବଦୀ ସମ୍ପୃକ୍ତ ଥିଲା ସୂଚନା ମିଳିଛି।
https://www.sentinelassam.comଏନଆଇଏର ଜଣେ ତଦନ୍ତକାରୀ ଅଫିସରଙ୍କ ସୂଚନା ମୁତାବକ, ଆକ୍ରମଣରେ ପାକିସ୍ତାନୀ ପାଦ ଚିହ୍ନ ସ୍ପଷ୍ଟ ଦେଖାଯାଉଛି। ବୋମା ବିସ୍ଫୋରଣକାରୀର ଗାଡ଼ିରେ ୨୫ କିଲୋଗ୍ରାମ୍ ଆରଡିଏକ୍ସ ଗୋଟିଏ ପାତ୍ରରେ ରଖାଯାଇଥିଲା। ଜୈଶ୍-ଏ-ମହମ୍ମଦ୍ ସଂଗଠନ କେମିତି ଆର୍ଡିଏକ୍ସ ଖରିଦ କଲା ତାହାର ତଦନ୍ତ ଚାଲିଛି। କୌଣସି ମତେ ସୀମା ଆରପାରିରୁ ଏହି ବିସ୍ଫୋରକ ଆସିଛି ବୋଲି ତଦନ୍ତକାରୀମାନେ ସନ୍ଦେହକରୁଛନ୍ତି।
ଗାଡ଼ି ସଂକ୍ରାନ୍ତରେ ସବିଶେଷ ତଥ୍ୟ ସଂଗ୍ରହ କରାଯାଇଛି। ସେ ଗାଡ଼ିଟି ଥରେ ଦୁଇ ଥର ସେହି ଗ୍ରୁପ୍ ସହ ଦେଖା ଦେଇଛି ବୋଲି ତଦନ୍ତକାରୀ ଅଫିସର ସୂଚନା ଦେଇଛନ୍ତି । ଆକ୍ରମଣରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ପରିଚୟ ଦେବାକୁ ଏନଆଇଏ ମନା କରିଥିଲେ ବି ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଘଟଣାର ସବିଶେଷ ବିବରଣୀ ଜଣାପଡ଼ି ଯିବ ବୋଲି ଅଧିକାରୀ ଜଣକ କହିଛନ୍ତି ।
Follow Us
/kanak/media/post_attachments/wp-content/uploads/2019/02/Pulwama-300x169.jpeg)