କନକ ବ୍ୟୁରୋ: ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି (ଏନଆଇଏ) ପ୍ରତିବନ୍ଧ ଲାଗିଥିବା ଫିଏଫଆଇର କିଛି ନେତାଙ୍କ ଘରେ ରେଡ କରିଛି । କେରଳର ୨୮ଟି ସ୍ଥାନରେ ଗୁରୁବାର ସକାଳୁ ସକାଳୁ ରେଡ ଆରମ୍ଭ ହୋଇଯାଇଛି । ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁାସାରେ ପିଏଫଆଇ ନେତାମାନେ ସଂଗଠନକୁ ଅନ୍ୟନାମରେ ସଂଗଠିତ କରିବାକୁ ଯୋଜନା କରୁଛନ୍ତି । ତେଣୁ ଏହିଭଳି ଘଟଣାକୁ ରୋକିବାକୁ ରେଡ କରାଯାଇଛି । ଏର୍ଣ୍ଣାକୁଲମର ୮ଟି ସ୍ଥାନ, ତିରୁଅନନ୍ତପୂରମର ୬ଟି ପରିସରରେ ରେଡ କରାଯାଉଛି । ଏନଆଇଏ ଏହି ରେଡ ଭୋରରୁ ଆରମ୍ଭ କରିଛି । ୨୦୦୬ ମସିହାରେ କେରଳରେ ପିଏଫଆଇର ଗଠନ ହୋଇଥିଲା । ୨୦୦୯ରେ ଏହା ଏକ ରାଜନୈତିକ ମୋର୍ଚ୍ଚା ସୋସିଆଲ ଡେମୋକ୍ରାଟିକ ପାର୍ଟି ଅଫ୍ ଇଣ୍ଡିଆର ଗଠନ କରିଥିଲା ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us