ଡି- କମ୍ପାନୀ ଉପରେ (NIA) ଏନଆଇଏର ବଡ ଆକ୍ସନ । ଦାଉଦ ଇବ୍ରାହିମର ସାର୍ପ ସୁଟର ଓ ୨୦ ସହଯୋଗୀଙ୍କ ଠିକଣାରେ ରେଡ୍ ।

146

କନକ ବ୍ୟୁରୋ: ଅଣ୍ଡରୱାଲ୍ଡ ଡନ୍ ଦାଉଦ ଇବ୍ରାହିମର ଡି-କମ୍ପାନୀ ଉପରେ ଇନଭେଷ୍ଟିିଗେସନ୍ ଏଜେନ୍ସି (NIA) ବଡ ଆକ୍ସନ ନେଇଛି । ମୁମ୍ବାଇରେ ଦାଉଦର ଓ ତାର ସହଯୋଗୀଙ୍କ ୨୦ଟି ଠିକଣା ଉପରେ ରେଡ କରିଛି ଏନଆଇଏ । ଏହି ୨୦ ଠିକଣା ଦାଉଦର ସାର୍ପସୁଟର ଓ ସହଯୋଗୀଙ୍କର ବୋଲି ଜଣାପଡିଛି ।

ସୂଚନା ମୁତାବକ, ଘଓଇ ବୋରିବଲି, ସାନ୍ତାକ୍ରୁଜ୍, ଗୋରେଗାଓଁ ଓ ପରେଲ ଇଲାକାରେ ଥିବା ୨୦ ଟି ଠିକଣା ଉପରେ ଚଢଉ କରିଛି । ଗୃହମନ୍ତ୍ରଣାଳୟର ଆଦେଶରେ ଏପରି ଚଢଉ ହୋଇଛି ।
କହିରଖୁଁ , ଦାଉଦର ଡି- କମ୍ପାନୀ ସଂଯୁୁକ୍ତ ରାଷ୍ଟ୍ର (NIA) ଦ୍ୱାରା ଏକ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା ହୋଇସାରିଛି । ଏହାସହ ୧୦୯୩ରେ ହୋଇଥିବା ମୁମ୍ବାଇ ଆକ୍ରମଣର ଦୋଷୀ ଦାଉଦକୁ ୨୦୦୩ରେ ସଂଯୁକ୍ତ ରାଷ୍ଟ୍ର ଜଣେ ‘ଗ୍ଲୋବାଲ ଟେରୋରିଷ୍ଟ’ ଭାବେ ଘୋଷଣା କରିଥିଲ । ।ଏହି ସମୟରେ ତାକୁ ଧରିବା ପାଇଁ ୨୫ ମିଲିଅନ୍ ଡଲାରର ପୁରସ୍କାର ଘୋଷଣା ମଧ୍ୟ କରାଯାଇଥିଲା ।