କନକ ବ୍ୟୁରୋ : ଓଟିପି ସେୟାରିଂ ସ୍କାମ ତଥ୍ୟ ଲିକ୍ ଘଟଣାର ତଦନ୍ତ ପାଇଁ ଭୁବନେଶ୍ୱର ଏସଟିଏଫ୍ କାର୍ଯ୍ୟାଳୟରେ ପହଂଚିଲା ମୁମ୍ବାଇର ଏଟିଏସ୍ ଟିମ୍ । ୩ ଜଣିଆ ଟିମ୍ ଏସଟିଏଫ୍ କାର୍ଯ୍ୟାଳୟରେ ପହଂଚିଛନ୍ତି । ଗିରଫ ଅଭିଯୁକ୍ତ ଅଭିଜିତ ସଂଜୟ ଜୁମ୍ବେରକୁ ଜେରା କରୁଛନ୍ତି ଏଟିଏସ୍ ଅଧିକାରୀ । କିଛି ସମୟ ପରେ ଏନଆଇଏ, ‘ର’ ଓ ଆଇବିର ଅଧିକାରୀ ଏସଟିଏଫ୍ କାର୍ଯ୍ୟାଳୟରେ ପହଞ୍ଚିବେ । ପାକିସ୍ତାନୀ ଏଜେଣ୍ଟଙ୍କ ସହ ଅର୍ଥ କାରବାର ନେଇ ଖୋଳତାଡ କରିବ ଟିମ୍ । ମୁମ୍ବାଇରୁ ଗିରଫ ହୋଇଥିବା ଅଭିଜିତକୁ ୪ ଦିନିଆ ରିମାଣ୍ଡରେ ଆଣିଛି ଏସଟିଏଫ୍ । ଆଜି ତାର ରିମାଣ୍ଡର ଦ୍ୱିତୀୟ ଦିନ ହୋଇଥିବା ବେଳେ ଏଟିଏସର ପଚରାଉଚରା ବେଳେ ଓଟିପି ସେୟାରିଂର ଅନେକ ଗୁମର ଖୋଲିବ ।

Advertisment

ପାକିସ୍ତାନ ଆଇଏସଆଇ ଏଜେଂଟଙ୍କ ସହ ଖୋଲିବ ଆର୍ଥିକ କାରବାର ଲିଙ୍କ । ଅଭିଜିତଙ୍କ ଜରିଆରେ ହେଉଥିଲା ଆଇଏସଆଇ ଫଣ୍ଡିଂ । ୨୦୧୮ଠାରୁ ପାକିସ୍ତାନ ଏଜେଂଟଙ୍କ ସହ ଯୋଗାଯୋଗରେ ଥିଲା ଅଭିଜିତ । ପାକିସ୍ତାନର ଇଂଟେଲିଜେନ୍ସ ଆର୍ମି ଅଫିସର ସହ ଅଭିଜିତ କଥା ହେଉଥିଲା । ଓଡ଼ିଶାର ପଠାଣି, ପ୍ରୀତମଙ୍କ ସମେତ ୪ ଜଣ ଅଭିଯୁକ୍ତଙ୍କ ପାଖକୁ ଟଙ୍କା ଆସିଥିଲା । ଓଡ଼ିଶାର ସିମକାର୍ଡ ପାକିସ୍ତାନରେ ଅପରେଟ୍ ହେଉଥିଲା । ଏହି ଘଟଣାରେ ଅଭିଜିତକୁ ମିଶାଇ ମୋଟ୍ ୫ ଜଣଙ୍କୁ ଗିରଫ କରିଛି ଏସଟିଏଫ୍ ।