ପୁଲୱାମା ଆକ୍ରମଣର ତଦନ୍ତ ବିଭାଗ ହାତରେ ଲାଗିଲା ପ୍ରଥମ ପ୍ରମାଣ, ଆକ୍ରମଣରେ ବ୍ୟବହୃତ କାର ୨୦୧୦-୧୧ ମଡେଲ 

431

ଜାମ୍ମୁ-କାଶ୍ମୀରର ପୁଲୱାମା ଆକ୍ରମଣର ତଦନ୍ତ କରୁଥିବା ଏଜେନ୍ସିଙ୍କୁ ଆତ୍ମଘାତୀ ଆକ୍ରମଣରେ ବ୍ୟବହୃତ କରାଯାଇଥିବା କାରକୁ ନେଇ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ମିଳିଛି । ଜାତୀୟ ତଦନ୍ତ ଏଜେନ୍ସି (ଏନଆଇଏ) ଦ୍ୱାରା ଅଧ୍ୟୟନ କରିବା ପରେ ଜଣାପଡିଲା କି, ଏହା ୨୦୧୦-୧୧ ମଡେଲ ମାରୁତି ଇକୋ କାର ଥିଲା । ଯାହାକୁ କିଛି ସମୟ ପୂର୍ବରୁ ପେଣ୍ଟ କରାଯାଇଥିଲା । ୧୪ ଫେବୃୟାରୀରେ ସୁରକ୍ଷାବଳଙ୍କ ସମୁହ ଉପରେ ଏହି ବିସ୍ଫୋଟକ ଲଦାଯାଇଥିବା କାରରୁ ଆତ୍ମଘାତୀ ଆକ୍ରମଣ ହୋଇଥିଲା, ଯେଉଁଥିରେ ୪୦ ଯବାନ ସହିଦ ହୋଇଥିଲେ ।

ସୂଚନାଯୋଗ୍ୟ, ଏନଆଇଏ ଅଧିକାରୀଙ୍କ ଏକ ଦଳ ଶୁକ୍ରବାର ଦିନ ଘଟଣାସ୍ଥଳରେ ପହଂଚି କିଛି ସାମ୍ପଲ ଏକାଠି କରିଛନ୍ତି । ଅଧିକାରୀଙ୍କ ମୁତାବକ, ଏହି ବ୍ଲାଷ୍ଟ ଏତେ ବଡ ଥିଲା ଯେ ଏହାର ଅବଶେଷ ୧୫୦-୨୦୦ ମିଟର ଦୂର ପର୍ଯ୍ୟନ୍ତ ବ୍ୟାପି ଯାଇଥିଲା ।

ରିପୋର୍ଟ ମୁତାବକ, ତଦନ୍ତ ଦଳକୁ ଘଟଣାସ୍ଥଳରୁ ଏକ ଜରକନ୍ ଓ ନମ୍ବର ଅଙ୍କିତ ଧାତୁର ଅଂଶ ମିଳିଥିଲା । ଏହି ଜରକନ୍ ୨୦-୨୫ ଲିଟର ଥିଲା, ଯେଉଁଥିରେ ୩୦ କିଲୋଗ୍ରାମ ଆରଡିଏକ୍ସ ପ୍ୟାକ୍ କରି ଆଇଇଡି ବମ୍ ତିଆରି କରି କାରରେ ରଖାଯାଇଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ ମୁତାବକ, ଏହି କାର ନାଲି ରଙ୍ଗର ଥିଲା । ଏହା ବ୍ୟତୀତ କାରର ଶକରର ଭାଗ ବି ମିଳିଲା । ଯେଉଁଥିରେ ଜାଣିବାକୁ ଚେଷ୍ଟା କରାଯାଉଛି କି, କାର କେବେ ତିଆରି ହୋଇଥିଲା ଓ ଏହାକୁ କେବେ ବିକ୍ରି କରାଯାଇଛି ।

ଏଜେନ୍ସି କାଶ୍ମୀରରେ ଗତ ଦିନଗୁଡିକର କାର ଚୋରିକୁ ନେଇ ଏଫଆଇଆରର ଡାଟା ଦେଖୁଛି । ଏହା ବ୍ୟତୀତ ଯାଂଚ ଦଳକୁ ଏହା ଉପରେ ସନ୍ଦେହ ଅଛି ଯେ, ହୋଇପାରେ କାର କୌଣସି ଅନ୍ୟ ରାଜ୍ୟରୁ ଚୋରି କରାଯାଇଥିବ କିମ୍ବା କରାଯାଇନଥିବ । ଯଦି ତାହା ଚୋରା ହୋଇଥିବା କାର ନଥିବ, ତେବେ ଯାଂଚ ଦଳର ବିଶ୍ୱାସ ଅଛି ଯେ, ଏହାଦ୍ୱାରା କାରର ମାଲିକ ପର୍ଯ୍ୟନ୍ତ ପହଂଚାଯାଇପାରିବ ।