ଭାରତ ବିରୋଧରେ ବଡ ଧରଣର ଷଡଯନ୍ତ୍ର କରୁଛି ଅଣ୍ଡରୱାଲ୍ଡ ଦାଉଦ ଇବ୍ରାହିମ । ଦିଲ୍ଲୀ,ମୁମ୍ବାଇ ଭଳି ମେଟ୍ରୋ ସହର ସହ ରାଜନେତାଙ୍କୁ କରିଛି ଟାର୍ଗେଟ

146

କନକ ବ୍ୟୁରୋ : ଜାତୀୟ ଯାଂଚ ଏଜେନ୍ସି (ଏନଆଇଏ) ଚାର୍ଜସିଟରେ ହୋଇଛି ଏକ ବଡ ଖୁଲାସା । ଏନଆଇଏ କହିଛି, ଅଣ୍ଡରୱାଲ୍ଡ ଡନ୍ ଦାଉଦ ଏବଂ ତାଙ୍କ ସହଯୋଗୀ ଛୋଟା ଶକିଲ ପୁଣିଥରେ ଭାରତ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି । ଦାଉଦ ପାକିସ୍ତାନରୁ ଦୁବାଇ ବାଟ ଦେଇ ସୁରତ ଏବଂ ମୁମ୍ବାଇକୁ ୨୫ ଲକ୍ଷ ଟଙ୍କା ପଠାଇଛନ୍ତି । ଏପରି ଗତ ୪ ବର୍ଷ ମଧ୍ୟରେ ୧୨ରୁ ୧୩ କୋଟି ଟଙ୍କା ପଠାଯାଇଛି । ସୁରକ୍ଷା ଦୃଷ୍ଟିରୁ ତାଙ୍କ ପରିଚୟ ଗୋପନ ରଖାଯାଇଛି । ତେବେ ପାକିସ୍ତାନରେ ଲୁଚି ଭାରତ ବିରୋଧରେ ଷଡଯନ୍ତ୍ର କରୁଛି ଦାଉଦ । ବଡ ନେତାଙ୍କ ସମେତ ଟାର୍ଗେଟ ଦିଲ୍ଲୀ ଓ ମୁମ୍ବାଇ ଭଳି ବଡ ବଡ ସହର ରହିଛି । ପାକିସ୍ତାନ ଗୁଇନ୍ଦା ଏଜେନ୍ସି ଆଇଏସଆଇ ସହ ମିଶି ଦାଉଦ ଇବ୍ରାହିମ ପାକିସ୍ତାନ ଆତଙ୍କବାଦୀଙ୍କ ସହ ମିଶି ଭାରତ ଉପରେ ଆକ୍ରମଣ କରିବା ଲାଗି ଷଡଯନ୍ତ୍ର ପ୍ରସ୍ତୁତ କରିଛୁ ।