କନକ ବ୍ୟୁରୋ: ତାମିଲନାଡୁ କୋଏମ୍ବାଟୁରରେ କାର ସିଲିଣ୍ଡର ବିସ୍ଫୋରଣ ଘଟଣାରେ ଜାତୀୟ ଯାଞ୍ଚ ଏଜେନ୍ସି (ଏନଆଇଏ) ତାମିଲନାଡୁ ସମେତ ଏକାଧିକ ରାଜ୍ୟରେ ଯାଇ ଛାନବିନ୍ କରିଛି । କେରଳ, ତାମିଲନାଡୁ ଓ କର୍ଣ୍ଣାଟକ ସମେତ ୬ରୁ ଅଧିକ ସ୍ଥାନରେ ଚଢଉ କରିଛି ।

Advertisment

ଗତବର୍ଷ ଅକ୍ଟୋବର ୨୩ ତାରିଖରେ କୋଏମ୍ବାଟୁରରେ ଏକ କାର ସିଲିଣ୍ଡର ବିସ୍ଫୋରଣ ହୋଇଥିଲା । ସୂଚନା ମୁତାବକ, ଏହି ବିସ୍ଫୋରଣରେ ଘଟଣାର ମାଷ୍ଟରମାଇଣ୍ଡ ମୁବିନର ମୃତ୍ୟୁ ହୋଇଥିଲା । ପୁଲିସ ପ୍ରାଥମିକ ଯାଞ୍ଚରେ ୬ଜଣଙ୍କୁ ଗିଣଫ କରିଥିଲା । ଗିରଫ ହୋଇଥିବା ସମସ୍ତେ କୋଏମ୍ବାଟୁରର ବାସିନ୍ଦା । ଏନଆଇଏ ମୁତାବକ, ଏମାନେ ଏକ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ଯୋଜନା କରିଥିଲେ । ଏମାନଙ୍କ ପାଖରୁ ଏନଆଇଏ ପୋଟାସିୟମ୍ ସହ ୧୦୯ ପ୍ରକାରର ଘାତକ ଅସ୍ତ୍ର ଜବତ କରିଥିଲା । ଏହାସହ ଜିହାଦି ସମ୍ପର୍କୀତ ପୁସ୍ତକ ଗୁଡିକୁ ମଧ୍ୟ ଜବତ କରାଯାଇଥିଲା ।