ଭାରତରେ ବଡ ଧରଣର ବିସ୍ଫୋରଣ ପାଇଁ ଅଣ୍ଟା ଭିଡିଥିଲେ ଆତଙ୍କବାଦୀ ! ଏନଆଇଏ ପକ୍ଷରୁ ତାମିଲନାଡୁରେ ଚଢାଉ

108

ରାଷ୍ଟ୍ରୀୟ ଜାଞ୍ଚ୍ ଏଜେନ୍ସୀ (ଏନଆଇଏ) ଶନିବାର ଅନ୍ସାରୁଲ୍ଲା ସେୟଦ୍ ମହମ୍ମଦ ବୁଖାରୀ ମାମଲାରେ ଚେନ୍ନାଇର ଆବାସରେ ଚଢାଉ କରିଛନ୍ତି । ଏହାସହ ହସନ୍ ଅଲ୍ଲୀ ୟୁନୁସମରିକର ଏବଂ ହରିଶ୍ ମହମ୍ମଦଙ୍କ ନାଗାପଟ୍ଟିନମ୍ ବାସଭବନରେ ମଧ୍ୟ ଚଢାଉ କରାଯାଇଛି । ଅନ୍ସାରୁଲ୍ଲା ନାମକ ଏକ ଆତଙ୍କବାଦୀ ସଂଗଠନ ଗଠନ କରି ଭାରତ ସରକାରଙ୍କ ବିପକ୍ଷରେ ଯୁଦ୍ଧ କରିବାକୁ ନେଇ ଥାନାରେ କେସ୍ ହୋଇଥିଲା ।

ଏନେଇ ଗୁଇନ୍ଦା ବିଭାଗରୁ ଖବର ମିଳିବା ପରେ ଏନଆଇଏ ଚଢାଉ କରିଥିଲା । ତେବେ ଚଢାଉ କରିବା ପରେ ଉକ୍ତ ସ୍ଥାନରୁ ୯ ଟି ମୋବାଇଲ୍ ,୧୫ ଟି ସିମ୍ କାର୍ଡ , ୩ ଟି ଲାପଟପ୍ , ୫ ଟି ହାର୍ଡ ଡିସ୍କ , ୭ ଟି ମେମୋରୀ କାର୍ଡ , ୬ ଟି ପେନଡ୍ରାଇଭ , ୨ ଟି ଟାବଲେଟ୍ ଏବଂ ୩ ଟି ସିଡି/ଡିବିଡି ମିଳିଛି । ଏହାଛଡା ମାଗାଜିନ୍ , ବ୍ୟାନର୍ , ନୋଟିସ୍ ,ପୋଷ୍ଟର ଏବଂ ବହି ସମେତ ଅନେକ ଦସ୍ତାବିଜ ମିଳିଛି । ଏନଆଇଏ ପକ୍ଷରୁ ୩ ଅଭିଯୁକ୍ତଙ୍କୁ ପଚରାଉଚରା ଜାରି ରଖିଛି ।