ବାରାଣସୀରୁ ISIS ସନ୍ଦିଗ୍ଧ ଗିରଫ । ଷଡଯନ୍ତ୍ର ପାଇଁ ପ୍ରସ୍ତୁତ କରୁଥିଲା ‘ବ୍ଲାକ୍ ପାଉଡର’

ବାରାଣସୀରୁ ISIS ସନ୍ଦିଗ୍ଧ ଗିରଫ । ଷଡଯନ୍ତ୍ର ପାଇଁ ପ୍ରସ୍ତୁତ କରୁଥିଲା  ‘ବ୍ଲାକ୍ ପାଉଡର’

କନକ ବ୍ୟୁରୋ: ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି (ଏନଆଇଏ) ହାତରେ ଧରାପଡିଛି ଆତଙ୍କବାଦୀ ସଙ୍ଗଠନ ଆଇଏସଆଇଏସ ସନ୍ଦିଗ୍ଧ । ସୂଚନା ମୁତାବକ, ସନ୍ଦିଗ୍ଧକୁ ବାରାଣସୀରୁ ଗିରଫ କରାଯାଇଛି । ସେ ଯୁବକଙ୍କୁ ଉସକାଇ ସଙ୍ଗଠନରେ ଭର୍ତ୍ତି କରାଉଥିଲା ।

ଜଣେ ଅଧିକାରୀଙ୍କ କହିବା ମୁତାବକ, ସନ୍ଦିଗ୍ଧ କଲାମ ସିଦ୍ଦିକି ଆଇଏସଆଇଏସ ମୁଖ୍ୟଙ୍କ ସହ ସମ୍ପର୍କରେ ରହିଛି ଏବଂ ‘ଭଏସ୍ ଅଫ୍ ଖୁରାସାନ୍’ ପତ୍ରିକା ମାଧ୍ୟମରେ ଆତଙ୍କବାଦୀ ସଙ୍ଗଠନର ପ୍ରଚାର ପ୍ରସାର କରୁଥିଲା । ଏନଆଇଏ ମୁଖପାତ୍ରଙ୍କ କହିବା ମୁତାବକ, ସିଦ୍ଦିକି ବାରାଣସୀରେ ବିସ୍ଫୋରଣ କରିବାକୁ ଯୋଜନା କରୁଥିଲା । ଆଫଗାନୀସ୍ତାନରେ ଥିବା ଆଇଏସାଇଏସ୍ ସଙ୍ଗଠନର ମୁଖ୍ୟଙ୍କ ନିର୍ଦ୍ଦେଶ ମୁତାବକ, ଆକ୍ରମଣ ପାଇଁ ଆଇଡି ବନାଇବାରେ ବ୍ୟବହାର କରାଯାଉଥିବା ବ୍ଲାକ୍ ପାଉଡର ପ୍ରସ୍ତୁତ କରୁଥିଲା ।

କେବଳ ଏତିକି ନୁହେଁ ସଞ୍ଚାଳିତ ଅନେକ ଟେଲିଗ୍ରାମ ଗ୍ରୁପ୍ ମାଧ୍ୟମରେ ବିସ୍ଫୋରକ ତିଆରି କରିବା ସହ ମହତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଓ ଜନଗହଳିପୂର୍ଣ୍ଣ ଇଲାକାରେ ଆତଙ୍କୀ ଆକ୍ରମଣ କରିବାକୁ ଟ୍ରେନିଂ ଦେଉଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe