ମହାରାଷ୍ଟ୍ର ସରକାରଙ୍କ ବଡ଼ ଘୋଷଣା: ମହାରାଷ୍ଟ୍ରରୁ ନିଜ ରାଜ୍ୟକୁ ଫେରୁଥିବା ଶ୍ରମିକଙ୍କ ଟ୍ରେନ୍ ଭଡ଼ା ପଇଠ କରିବେ ଉଦ୍ଧବ ସରକାର; ବାହାର ରାଜ୍ୟରୁ ମହାରାଷ୍ଟ୍ରକୁ ଫେରୁଥିବା ଶ୍ରମିକଙ୍କୁ ମଧ୍ୟ ମିଳିବ ସୁବିଧା

1,219

କନକ ବ୍ୟୁରୋ: ମହାରାଷ୍ଟ୍ରରୁ ପ୍ରବାସୀ ଶ୍ରମିକମାନେ ନିଜ ରାଜ୍ୟକୁ ଫେରିବା ପାଇଁ ଟ୍ରେନ୍ ଭଡ଼ା ପଇଠ କରିବେ ମହାରାଷ୍ଟ୍ର ସରକାର । ଏ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ମହାରାଷ୍ଟ୍ରରେ ଥିବା ବାହାର ରାଜ୍ୟର ଶ୍ରମିକମାନେ ନିଜ ରାଜ୍ୟକୁ ଯିବା ପାଇଁ ଚାହୁଁଛନ୍ତି, ହେଲେ ସେମାନଙ୍କ ପାଖରେ ଟଙ୍କା ନାହିଁ, ସେମାନଙ୍କୁ ସହାୟତା ଦେବାକୁ ଘୋଷଣା କରାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିରୁ ସେମାନଙ୍କ ଟ୍ରେନ୍ ଟିକେଟ୍ ଟଙ୍କା ପଇଠ କରାଯିବ । ସେହିପରି ବାହାର ରାଜ୍ୟରେ ଥିବା ଯେଉଁ ଗରିବ ଶ୍ରମିକ ନିଜ ରାଜ୍ୟ ମହରାଷ୍ଟ୍ରକୁ ଫେରିବା ପାଇଁ ଚାହୁଁଛନ୍ତି, ସେମାନଙ୍କ ରେଳ ଭଡ଼ା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିରୁ ଭରଣା କରାଯିବ ।