କନକ ବ୍ୟୁରୋ: ଉତ୍ତରକାଶୀ ଟନେଲ ଦୁର୍ଘଟଣା ପରେ ପଶିଲା ଚେତା । ଦେଶରେ ନିର୍ମାଣାଧୀନ ୨୯ ଟନେଲର ହେବ ଯାଞ୍ଚ । ସୁରକ୍ଷା ଅଡିଟ୍ କରି ରିପୋର୍ଟ ଦେବ ଏନଏଚଆଇ । ନିର୍ମାଣ ସମୟରେ ସୁରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପର ଗୁଣବତ୍ତା ଯାଞ୍ଚ କରାଯିବ । ଏହା ବିପଦମୁକ୍ତ ଅଛି କି ନାହିଁ ସେ ସମ୍ପର୍କରେ ରିପୋର୍ଟ ଦେବ ଏନଏଚଏଆଇ ।
ତେବେ ଏହି ୨୯ ନିର୍ମାଣାଧୀନ ଟନେଲ ମଧ୍ୟରେ ଓଡ଼ିଶାର ଦୁଇ ଟନେଟ୍ ରହିଛି । କୋରାପୁଟ ଜିଲ୍ଲାରେ ଏହି ଦୁଇ ଟନେଲ ଥିବା ନେଇ ସୂଚନା ମିଳିଛି । ସେହିପରି ଜାମୁ-କାଶ୍ମୀରରେ ୬ଟି, ମହାରାଷ୍ଟ୍ର, ରାଜସ୍ଥାନରେ ଦୁଇଟି ଲେଖାଏଁ ଟନେଲ ରହିଥିବା ବେଳେ ଛତିଶଗଡ଼, ଉତ୍ତରାଖଣ୍ଡ , ମଧ୍ୟପ୍ରଦେଶ, କର୍ଣ୍ଣାଟକ, ଦିଲ୍ଲୀରେ ଗୋଟିଏ ଲେଖାଏଁ ନିର୍ମାଣାଧୀନ ଟନେଲ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/11/4-33.jpg)