ଏପ୍ରିଲ ୨୦ରୁ ଟୋଲ ଫି ଆଦାୟ କରିବ ନ୍ୟାସନାଲ ହାଇୱେ ଅଥରିଟି ଅଫ ଇଣ୍ଡିଆ: ଗତ ବର୍ଷରେ ୭ଗୁଣ ବଢିଛି ଋଣ ଭାର

ଆଇସିଆରଏର ରିପୋର୍ଟ ଅନୁସାରେ ତାଲାବନ୍ଦ ଭିତରେ ୧୮୨୨ କୋଟି ଟଙ୍କାର କ୍ଷତି ସହିପାରେ ଏନଏଚଏଆଇ

418

କନକ ବ୍ୟୁରୋ: ତାଲା ବନ୍ଦ ପ୍ରକ୍ରିୟାକୁ ସାରା ଦେଶରେ ମେ ୩ ତାରିଖକୁ ବୃଦ୍ଧି କରାଯାଇଥିବା ବେଳେ ନ୍ୟାସନାଲ ହାଇୱେ ଅଥରିଟି ଅଫ ଇଣ୍ଡିଆ ଏହିମାସ ୨୦ ତାରିଖରୁ ଟୋଲ ଫି ଆଦାୟ କରିବାକୁ ଯୋଜନା କରୁଛି । ଖରାପ ଆର୍ଥିକ ସ୍ଥିତିରେ ଥିବା ଏନଏଚଏଆଇ ଆଦାୟ କରିବ ଟୋଲ ଫି ।

ମାର୍ଚ୍ଚ ୨୪ ତାରିଖରେ ସାରାଦେଶରେ ୨୧ ଦିନିଆ ଲକଡାଉନ ବା ତାଲାବନ୍ଦ ଘୋଷଣା ପରେ ରୋଡ-ଟ୍ରାନସପୋର୍ଟ ମନ୍ତ୍ରାଳୟ ଏବଂ ଏନଏଚଏଆଇ ସମସ୍ତ ଜାତୀୟ ରାଜପଥରେ ଟୋଲ ଫି ଆଦାୟକୁ ବନ୍ଦ କରିଦେଇଥିଲେ । ତାଲା ବନ୍ଦ ସମୟରେ ୫୦୦ଟି ଟୋଲ ବୁଥ ବନ୍ଦ ରହିଛି । ଗତ ବର୍ଷ ମଧ୍ୟରେ ଏନଏଚଏଆଇର ଋଣ ଭାର ୭ ଗୁଣ ବଢିଛି । ଆଇସିଆରଏର ରିପୋର୍ଟ ଅନୁସାରେ ୪୦ଦିନ ତାଲାବନ୍ଦ ଭିତରେ ଏନଏଚଏଆଇ ୧୮୨୨ କୋଟି ଟଙ୍କାର କ୍ଷତି ସହିପାରେ ।