କନକ ବ୍ୟୁରୋ: Paytm ଫାଷ୍ଟଟ୍ୟାଗକୁ ନେଇ ବଡ ଖବର ସାମ୍ନାକୁ ଆସିଛି, ଯାହାର ପ୍ରଭାବ ପାଖାପାଖି ୨ କୋଟି ୟୁଜର୍ସଙ୍କ ଉପରେ ପଡିବ । ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ (NHAI) ପକ୍ଷରୁ ପାଷ୍ଟଟ୍ୟାଗ୍ ବ୍ୟବହାରକାରୀଙ୍କ ପାଇଁ ଆଡଭାଇଜରୀ ଜାରି କରାଯାଇଛି । NHAI ୩୨ ଟି ବ୍ୟାଙ୍କଙ୍କୁ ଫାଷ୍ଟଟ୍ୟାଗ୍ କିିଣିବାକୁ ଅପିଲ କରିଛି । କିନ୍ତୁ ଏଥିରେ ପେଟିଏମ୍ ପେମେଣ୍ଟ ବ୍ୟାଙ୍କର ନା ସାମିଲ ନାହିଁ । ଏହାର ଅର୍ଥ Paytm ୟୁଜର୍ସଙ୍କ ଏଣିକି ନଆ ଫାଷ୍ଟଟ୍ୟାଗ୍ କିଣିବାକୁ ପଡିବ । କାରଣ ଏହାର ସୁବିଧା ଦେବାକୁ ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କର ରେଜିଷ୍ଟ୍ରେସନ୍ ଆଉ ନଥିବା ସୂଚନା ରହିଛି ।

Advertisment

ସୂଚନା ମୁତାବକ, ପେଟିଏମ୍ ବ୍ୟବହାରକାରୀମାନେ ଏହାକୁ ଫେବୃଆରୀ ୨୯ ତାରିଖ ଯାଏଁ ବ୍ୟବହାର କରିପାରିବେ । ଏହାର ଫାଷ୍ଟଟ୍ୟାଗ୍ ବ୍ୟବହାରକାରୀମାନେ ମଧ୍ୟ ଏହାକୁ ଫେବୃଆରୀ ୨୯ ତାରିଖ ଯାଏଁ ବ୍ୟବହାର କରିପାରିବେ । ରିପୋର୍ଟ ମୁତାବକ, ପେଟିଏମ୍ ଫାଷ୍ଟଟ୍ୟାଗ୍ ୟୁଜର ମଧ୍ୟ ନିଜ ଟ୍ୟାଗକୁ ସରେଣ୍ଡର କରି ଅନ୍ୟ କୌଣସି ବାଙ୍କରୁ ଟ୍ୟାଗ୍ କିଣିପାରିବେ ।