ମହାନଦୀ ଉପରମୁଣ୍ଡରେ ଛତିଶଗଡର ବନ୍ଧ ନିର୍ମାଣକୁ ବନ୍ଦ ପାଇଁ ପୁଣିଥରେ ଏନଜିଟିର ନୋଟିସ । ତୁରନ୍ତ ୩୧ଟି ନିର୍ମାଣ କାମକୁ ବନ୍ଦ କରିବାକୁ ନିର୍ଦ୍ଦେଶନାମା ଜାରି କଲା ଟ୍ରିବୁନାଲ

30

କନକ ବ୍ୟୁରୋ: ମହାନଦୀ ଉପରମୁଣ୍ଡରେ ଏକପାଖିଆ ଭାବେ ଛତିଶଗଡ ତିଆରି କରୁଥିବା ବନ୍ଧ ନିର୍ମାଣକୁ ବନ୍ଦ କରିବା ପାଇଁ ପୁଣିଥରେ ଏନଜିଟି ନୋଟିସ । ପୂର୍ବ ନିର୍ଦ୍ଦେଶକୁ ମନେ ପକାଇ ଦେଇ ତୁରନ୍ତ ୩୧ଟି ନିର୍ମାଣ କାମକୁ ବନ୍ଦ କରିବା ପାଇଁ ସାନି ନିର୍ଦ୍ଦେଶନାମା ଜାରି କରିଛନ୍ତି ଜାତୀୟ ଗ୍ରୀନ ଟ୍ରିବୁନାଲ । ଏପରିକି ପୂର୍ବ ନିର୍ଦ୍ଦେଶକୁ କାହିଁକି କାର୍ଯ୍ୟକାରୀ କରାଯାଇ ନାହିଁ ତାର ଉତର ୨ ସପ୍ତାହ ମଧ୍ୟରେ ରଖିବାକୁ କହିଛନ୍ତି ଗ୍ରୀନ ଟ୍ରିବୁନାଲ ।

ଜାତୀୟ ଗ୍ରୀନ ଟ୍ରିବୁନାଲଙ୍କ କୋଲକାତା ବେଂଚ ଗତବର୍ଷ ଜୁଲାଇରେ ପ୍ରଥମେ ଓଡିଶା ସରକାରଙ୍କୁ ଆଶ୍ୱସ୍ତି ଦେଇ ଛତିଶଗଡ ପ୍ରକଳ୍ପ କାମ ବନ୍ଦ କରିବାକୁ କହିଥିଲେ । ପରେ ଏହି ସ୍ଥିତାବସ୍ଥା ନିର୍ଦ୍ଦେଶ ଅବଧିକୁ ମଧ୍ୟ ବଢାଇଥିଲେ । ହେଲେ ଗ୍ରୀନ ଟ୍ରିବୁନାଲଙ୍କ ନିର୍ଦ୍ଦେଶକୁ ବେଖାତିର କରି ରମଣ ସିଂ ସରକାର ମହାନଦୀ ଉପର ମୁଣ୍ଡରେ ପ୍ରକଳ୍ପ ନିର୍ମାଣ ଜାରି ରଖିଛନ୍ତି ।ଏହାଦ୍ୱାରା ଓଡିଶା ବିଶେଷ ଭାବେ ପ୍ରଭାବିତ ହେଉଛି ଓ ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବାହ କମିଯାଉଛି । ତେଣୁ ପୁଣିଥରେ ନିର୍ମାଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ଗ୍ରୀନ ଟ୍ରିବୁନାଲ ।