କନକ ବ୍ୟୁରୋ: ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ ଏକ ବଡପଦକ୍ଷେପ ନେଇଛି । ଏହି କ୍ରମରେ ପଞ୍ଜାବ ସରକାରଙ୍କ ଉପରେ ୨୦୮୦ କୋଟି ଟଙ୍କାର ଜରିମାନା ଲଗାଯାଇଛି । ଏନଜିଟି କହିଛି କି ପଞ୍ଜାବ ସରକାର ବେଷ୍ଟ ମ୍ୟାନେଜମେଣ୍ଟ ମେକାନିଜିମ ବନାଇବାରେ ବିଫଳ ହୋଇଥିବାରୁ ଏହି ଜରିମାନା ଲଗାଯାଇଛି । କହିରଖୁ କି ଏନଜିଟି ଦ୍ୱାରା ୨୦୧୮ ମସିହାରୁ ଏନେଇ ଅନେକ ଆଦେଶ ପାରିତ କରିଥିଲେ ବି ଏ ଦିଗରେ ପଞ୍ଜାବ ସରକାର କୌଣସି ପଦକ୍ଷେପ ନେଇ ନଥିଲେ ।

Advertisment

ଏନଜିଟି ତରଫରୁ କୁହାଯାଇଛି କି ୨୦୧୪ ରୁ ପ୍ରଦୁଷଣ ନିୟନ୍ତ୍ରଣ ନେଇ ଦିଆଯାଇଥିବା ବୈଧାନିକ ସମୟ ସୀମା ମଧ୍ୟରେ ପଞ୍ଜାବ ସରକାର କିଛି ପଦକ୍ଷେପ ନେଇ ନାହାଁନ୍ତି । ଏହା ସିୱେଜ ପ୍ରବନ୍ଧନ ଓ ଜଳ ପ୍ରଦୁଷଣ ନିୟନ୍ତ୍ରଣ ଡିଭାଇସ ଲଗାଇବାରେ ବି ପଞ୍ଜାବ ସରକାର ବିଫଳ ହୋଇଛନ୍ତି । ଏହାସହ ଏନଜିଟି କହିଛି କି ପଞ୍ଜାବ ସରକାରଙ୍କ ଉପରେ ଲଗାଯାଇଥିବା ଜରିମାନାକୁ ସରକାର ପ୍ରଦୁଷଣ କରୁଥିବା କମ୍ପାନୀମାନଙ୍କ ଠାରୁ ଆଦାୟ କରିପାରିବ ।

ଏନଜିଟି ତରଫରୁ ଦିଆଯାଇଥିବା ଆଦେଶରେ କୁହାଯାଇଛି କି ପର୍ଯ୍ୟାବରଣ ମାନଦଣ୍ଡ ମୁତାବକ ପଞ୍ଜାବ ସରକାର ଏହାକୁ ଅତିରିକ୍ତ ଅବହେଳା କରିଛନ୍ତି । ଏହା ଫଳରେ ଅନେକ ଲୋକ ରୋଗାକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି, ଅନେକ ଲୋକ ରୋଗରେ ପଡିଛନ୍ତି ଓ ପରିବଶେର ଅନେକ କ୍ଷତି ହୋଇଛି ।

ଏନଜିଟି ଦ୍ୱାରା ରାଜ୍ୟ ସରକାରଙ୍କୁ କୁହାଯାଇଥିଲା କି ରାଜ୍ୟର ମୁଖ୍ୟ ସଚିବଙ୍କ ଅଧିନରେ ସିଧାସଳକ ପର୍ଯ୍ୟାବରଣ ପ୍ରକୋଷ୍ଠ ସ୍ଥାପନା କରାଯିବ । ଏହା ଉପରେ ରାଜ୍ୟ ସ୍ତରରେ ମୁଖ୍ୟ ସଚିବ ଓ ଜିଲ୍ଲା ସ୍ତରରେ ଜିଲ୍ଲା ଅଧିକାରୀ ନଜର ରଖିବେ । ହେଲେ ଏସବୁ ପାଳନ କରିବାରେ ପଞ୍ଜାବ ସରକାର ବିଫଳ ହୋଇଥିବାରୁ ଏନଜିଟି ଏବେ ୨୦୮୦ କୋଟି ଟଙ୍କାର ଜରିମାନା ଲଗାଇଛି ।