ହୋଟେଲ ମାଲିକଙ୍କ ଉପରେ ଚଡ଼କ : ରାଜ୍ୟର ୮୦ଟି ହୋଟେଲର ମାଲକଙ୍କୁ ପ୍ରଦୂଷଣ ବିଭାଗକୁ ଦେବାକୁ ପଡିବ ଲକ୍ଷେ ଲେଖା ଟଙ୍କାର ଜରିମାନା

Advertisment
ହୋଟେଲ ମାଲିକଙ୍କ ଉପରେ ଚଡ଼କ : ରାଜ୍ୟର ୮୦ଟି ହୋଟେଲର ମାଲକଙ୍କୁ ପ୍ରଦୂଷଣ ବିଭାଗକୁ ଦେବାକୁ ପଡିବ ଲକ୍ଷେ ଲେଖା ଟଙ୍କାର ଜରିମାନା

କନକ ବ୍ୟୁରୋ: ପୁରୀର ହୋଟେଲ ମାଲିକଙ୍କ ଉପରେ ରାଜ୍ୟ ପ୍ରଦୂଷଣ ବିଭାଗର ଚଡ଼କ ପଡିଛି । ଗତକାଲି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ପୁରୀର ୮୦ଟି ହୋଟେଲ ଉପରେ ୧ ଲକ୍ଷ ଟଙ୍କା ଲେଖା ଜୋରିମାନା ଧାର୍ଯ୍ୟ କରାଯାଇଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଏ ନେଇ ହୋଟେଲ ମାଲିକଙ୍କୁ ନୋଟିସ୍ ବି ଜାରି କରାଯାଇଛି। ଧାର୍ଯ୍ୟ ଜୋରିମାନା ଆସନ୍ତା ୧୫ ତାରିଖ ସୁଦ୍ଧା ପୈଠ ନ କଲେ ପରିଣାମ ଭୋଗିବାକୁ ନୋଟିସରେ ନିର୍ଦ୍ଦେଶ ରହିଛି। ହୋଟେଲ ପ୍ରତିଷ୍ଠା (କନ୍ସେଫର ଏଷ୍ଟାବ୍ଲିସମେଣ୍ଟ) ଓ ଚାଲୁ କରିବାକୁ ଅନୁମତି (ଓକନସେଟ୍ ଫର୍ ଅପରେଟ୍) ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅନୁମତି ନେଇନଥିବା ହୋଟେଲ ଉପରେ ଏପ୍ରକାର କଟକଣା ଜାରି କରାଯାଇଛି। ଏନଜିଟି (ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ)ଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଏହି ଜୋରିମାନା ଧାର୍ଯ୍ୟ କରାଯାଇଛି।

ପ୍ରକାଶ ଯେ, ଏନଜିଟି ପକ୍ଷରୁ ହୋଟେଲ ପ୍ରତିଷ୍ଠା ଓ ଏହାକୁ ଚାଲୁ କରିବା ପାଇଁ ରାଜ୍ୟ ପ୍ରଦୂଷଣ ବୋର୍ଡର ଅନୁମତି ଅପରିହାର୍ଯ୍ୟ ବୋଲି କୁହାଯାଇଥିଲା। ଏନଜିଟିଙ୍କ ନିର୍ଦ୍ଦେଶ ମୁତାବକ ୨୦୧୫ ମସିହା ଅଗଷ୍ଟ ୬ ତାରିଖ ସୁଦ୍ଧା ଯେଉଁ ହୋଟେଲ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅନୁମତି ନେଇନଥିବେ ସେମାନଙ୍କ ଉପରେ ଜୋରିମାନା ଧାର୍ଯ୍ୟ କରାଯିବ। ଅନୁମତି ନେଇନଥିଲେ ୧ ଲକ୍ଷ, ଅନୁମତି ନେଇ ନିୟମ ମାନୁ ନଥିଲେ ୫୦ ହଜାର ଟଙ୍କା ଜୋରିମାନା ଧାର୍ଯ୍ୟ କରାଯିବ ବୋଲି ନିର୍ଦ୍ଦେଶ ରହିଥିଲା।

ଏହି ନିୟମରେ ୫୩୦ ହୋଟେଲ ଅନୁମତି ନେଇନଥିବା ଜଣାପଡିଥିଲା। ପ୍ରଥମେ ୪୩୦ଟି ହୋଟେଲ ଉପରେ ଜୋରିମାନା ଧାର୍ଯ୍ୟ କରାଯାଇଥିଲା। ୨୦୧୭ ଜୁଲାଇ ମାସ ସୁଦ୍ଧା ଏ ବାବଦରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପ୍ରାୟ ଦୁଇ କୋଟିରୁ ଅଧିକ ଟଙ୍କା ଜୋରିମାନା ଆଦାୟ କରିଛି। ଏବେ ପୁଣି ଥରେ ପୁରୀର ୮୦ଟି ହୋଟେଲ ଉପରେ ଏଭଳି ଜୋରିମାନା ଧାର୍ଯ୍ୟ କରାଯାଇଥିବା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe