କନକ ବ୍ୟୁରୋ : ସୁରକ୍ଷିତ ହେବ ହାତୀଙ୍କ କରିଡର । ରାଜ୍ୟରେ ୧୪ ହାତୀ କରିଡର କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ, ଏନଜିଟି । ୨ ମାସ ମଧ୍ୟରେ ଏ ନେଇ ବିଜ୍ଞପ୍ତି ପ୍ରକାଶ କରିବାକୁ କୁହାଯାଇଛି । ୨୦୧୫ ମେ ମାସର ଗଣନା ଅନୁସାରେ ରାଜ୍ୟ ୧୯୭୭ ହାତୀ ଅଛନ୍ତି । ତେବେ ଗୋଟିଏ ବି ହାତୀ କରିଡର ନାହିଁ । ୨୦୧୦ରୁ ଏ ନେଇ ଆଲୋଚନା ଚାଲିଥିଲେ ବି କାମ ଆଗକୁ ବଢୁନାହିଁ । ଏ ସମ୍ପର୍କିତ ଏକ ପିଟିସର ଶୁଣାଣି କରି ହାତୀ କରିଡର ବିଜ୍ଞପ୍ତି ପ୍ରକାଶ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ । ଏହାସହ ରେଳପଥ ଓ ଜାତୀୟ ରାଜପଥରେ ସୁରକ୍ଷିତ ଯାତାୟତ ବ୍ୟବସ୍ଥା କରିବାକୁ କୁହାଯାଇଛି ।