କନକ ବ୍ୟୁରୋ: ମହାରାଷ୍ଟ୍ର ଭଳି ରାଜନୈତିକ ସଙ୍କଟ ଝାଡଖଣ୍ଡ ଓ ରାଜସ୍ଥାନରେ ମଧ୍ୟ ଉପୁଜିବ । ଏପରି ଦୃଢୋକ୍ତି ପ୍ରକାଶ କରିଛନ୍ତି ବିଜେପି ନେତା ଶୁଭେନ୍ଦୁ ଅଧିକାରୀ । ଶୁଭେନ୍ଦୁୁଙ୍କ ମତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧିନ ତୃଣମୂଳ କଂଗ୍ରେସ (ଟିଏମସି) ମଧ୍ୟ ୫ ବର୍ଷ ପୂରଣ କରିବା ପର୍ବରୁ ଭାଙ୍ଗିଯିବ ବୋଲି ଶୁଭେନ୍ଦୁ କହିଛନ୍ତି ।
ଅଣବିଜେପି ଶାସିତ ଝାଡଖଣ୍ଡ ଓ ରାଜସ୍ଥାନରେ ସରକାର ପ୍ରଥମେ ମହାରାଷ୍ଟ୍ର ପରି ସଙ୍କଟର ସାମ୍ନା କରିବେ । ପରେ ଟିଏମସିର ପାଳି ଅସିବ ବୋଲି ପଶ୍ଚିମବଙ୍ଗ ବିରୋଧୀ ଦଳ ନେତା ଶୁଭେନ୍ଦୁ ଏକ ସଭାକୁ ସମ୍ବୋଧନ କରିବା ସମୟରେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ତାଙ୍କର ଏପରି ମନ୍ତବ୍ୟକୁ କଟାକ୍ଷ କରିଛନ୍ତି ଟିଏମସି ସାଧାରଣ ସମ୍ପାଦକ କୁନାଲ ଘୋଷ । କହିଛନ୍ତି ଯେ, ବିଜେପି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପରାଜୟର ମୁହଁ ଦେଖି ହତାଶ ହୋଇପଡିଛି । ତେଣୁ କୂଟଚକ୍ର କରି କ୍ଷମତା ହାତେଇବାକୁ ଚେଷ୍ଟା କରଛି । ମହାରାଷ୍ଟ୍ର ଏହାର ଜ୍ୱଳନ୍ତ ଉଦାହରଣ ବୋଲି କୁନାଲ ଘୋଷ ପାଲଟା ଜବାବ ଦେଇଛନ୍ତି ।
ବିଜେପି ହିଁ ମହରାଷ୍ଟ୍ର ସଙ୍କଟ ସୃଷ୍ଟି କରିଛି । ଯାହା ଶୁଭେନ୍ଦୁ ଅଧିକାରୀଙ୍କ ମନ୍ତବ୍ୟରୁ ସ୍ପଷ୍ଟ ବାରି ହୋଇପଡୁଛି ବୋଲି ଟିଏମସିର ଅଧିକାଂଶ ବିଧାୟକ କଡା ଜବାବ ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2022/06/5-33.jpg)