ଚୀନ ସହ ଚାଲିଥିବା ବିବାଦକୁ ନଜରରେ ରଖି ପ୍ରସ୍ତୁତ ହେଉଛି ଭାରତ । ‘ପାଙ୍ଗୋଙ୍ଗ’ ହ୍ରଦ ନିମନ୍ତେ ୧୨ ଟି ଦ୍ରୁତଗାମୀ ପାଟ୍ରୋଲ ବୋଟ୍ ପାଇଁ ଚୁକ୍ତି ସ୍ୱାକ୍ଷର

338

କନକ ବ୍ୟୁରୋ : କେବେ ବି ଚୀନ ସହ ଭାରତର ହୋଇପାରେ ଯୁଦ୍ଧ । ଏଭଳି ପରିସ୍ଥିତି ଦୀର୍ଘ ୮ ମାସ ହେବ ଲାଗି ରହିଛି । ଏହାକୁ ନେଇ ଉଭୟ ଦେଶର ସାମରିକ ବାହୀନି ଏବେ ପୁରା ପ୍ରସ୍ତୁତ ହେବାରେ ଲାଗିଛନ୍ତି । ଏହାକୁ ନଜରରେ ରଖି ଭାରତୀୟ ସେନା ବି ତା’ର ପ୍ରସ୍ତୁତିକୁ ଜୋରଦାର କରିବାରେ ଲାଗିଛି । ପୂର୍ବ ଲଦାଖର ‘ପାଙ୍ଗୋଙ୍ଗ’ ହ୍ରଦ ନିଟରେ ପାଟ୍ରୋଲିଙ୍ଗ ପାଇଁ ‘ସର୍ଭଲାନ୍ସ ଗିଅର’ ଓ ଅନ୍ୟାନ୍ୟ ଉପକରଣ ଥିବା ସ୍ୱତନ୍ତ୍ର ଭାବେ ନିର୍ମିତ ୧୨ ଟି ଦ୍ରୁତଗାମୀ ପାଟ୍ରୋଲିଙ୍ଗ ବୋଟ ନିମନ୍ତେ ଭାରତୀୟ ସେନା ବରାଦ ଦେଇଛି ।

ଏହି ବୋଟ ଓ ତା’ର ୪ ବର୍ଷର ରକ୍ଷଣାବେକ୍ଷଣ ଓ ଯନ୍ତ୍ର।ଶ ନିମନ୍ତେ ଗୁରୁବାର ଦିନ ‘ପ୍ରତିରକ୍ଷା ପିଏସ୍ୟୁ ଗୋଆ ସିପ୍୍ୟାର୍ଡ’ ସହ ସେନା ପ୍ରାୟ ୬୫ କୋଟି ଟଙ୍କାର ଚୁକ୍ତି ସ୍ୱାକ୍ଷର କରିଛି । ଜଣେ ସରକାରୀ ଅଧିକାରୀଙ୍କ କହିବା ମୁତାବକ ଚଳିତ ବର୍ଷ ମେ ମାସରେ ଏହି ବୋଟଗୁଡିକର ଡେଲିଭରି ଆରମ୍ଭ ହେବ । ସମ୍ପ୍ରତି ଥଣ୍ଡାରେ ବରଫ ପାଲଟି ଯାଇଥିବା ‘ପାଙ୍ଗୋଙ୍ଗ’ ହ୍ରଦରେ ସେଗୁଡିକର ମୁତୟନ କରାଯିବ ।
ଚୀନ୍‌ ସହ ଦୀର୍ଘକାଳୀନ ମୁକାବିଲା କରିବା ନିମନ୍ତେ ସଶସ୍ତ୍ରବାହିନୀ ପ୍ରସ୍ତୁତ ହେଉଥିବା କଥା ପାଟ୍ରୋଲିଙ୍ଗ୍‌ ବୋଟ୍‌ ପାଇଁ ଦିଆଯାଉଥିବା ବରାଦରୁ ସୂଚନା ମିଳୁଛି। ସମ୍ପ୍ରତି ‘ପାଙ୍ଗୋଙ୍ଗ୍‌’ ହ୍ରଦର ୧୩୪ କିଲୋମିଟର୍‌ ଦୀର୍ଘ ଉତ୍ତର ଓ ଦକ୍ଷିଣ ତଟରେ ଭାରତ ଓ ଚୀନ୍‌ ସେନା ମୁହାଁମୁହିଁ ହୋଇ ରହିଛନ୍ତି। ଏହି ହ୍ରଦ ତିବ୍ଦତରୁ ଭାରତ ଆଡ଼କୁ ପ୍ରସାରିତ ହୋଇଥିବାରୁ ଏହାର ଦୁଇ ତୃତୀୟାଂଶ ଚୀନ୍‌ ନିୟନ୍ତ୍ରଣରେ ରହିଛି।‘ପାଙ୍ଗୋଙ୍ଗ୍‌’ ହ୍ରଦରେ ପାଟ୍ରୋଲିଙ୍ଗ୍‌ ନିମନ୍ତେ ସେନା ପାଖରେ ଏବେ ୧୭ଟି ‘କ୍ୱିକ୍‌-ରିଆକ୍ସନ୍‌ ଟିମ୍‌’ ପାଟ୍ରୋଲିଙ୍ଗ୍‌ ବୋଟ୍‌ ରହିଛି।