ବଢ଼ିବ ଭାରତୀୟ ବାୟୁସେନାର ଶକ୍ତି । ସେନାରେ ସାମିଲ ହେବ ଅତ୍ୟାଧୁନିକ ମିସାଇଲ ଆକାଶ

109

କନକ ବ୍ୟୁରୋ : ସ୍ୱଦେଶୀ ଜ୍ଞାନକୌଣଳରେ ନିର୍ମିତ ‘ଆକାଶ-ନ୍ୟୁ ଜେନେରେସନ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ । ଶୁକ୍ରବାର ସକାଳେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଏହାର ସଫଳ ପରୀକ୍ଷଣ କରାଯାଇଛି । ୱିପନ୍ ସିଷ୍ଟମ ଜରିଆରେ ଟାର୍ଗେଟକୁ ସଫଳତାର ସହ ଧ୍ୱଂସ କରିଛି ଏହି ମିଶାଇଲ । ଏହି ପରୀକ୍ଷଣରେ ମିଶାଇଲ ସିଷ୍ଟମର ଆରଏଫ ସିକର, କମ୍ୟୁନିକେସନ ସିଷ୍ଟମ ସହ ଅନ୍ୟ ଦିଗ ଗୁଡିକ ଉପରେ ପରୀକ୍ଷା କରାଯାଇଛି । ‘ଆକାଶ-ନ୍ୟୁ ଜେନେରେସନ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପରେ ଶୁଭେଛା ଜଣାଇଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।