କନକ ବ୍ୟୁରୋ : ନିର୍ଭୟା ଗଣଦୁଷ୍କର୍ମକାରୀଙ୍କୁ ୨୦୨୦ରେ ମିଳିବ ସଜା । ନିର୍ଭୟା ମାମଲାରେ ୪ ଦୋଷୀଙ୍କ ବିରୋଧରେ ଡେଥ୍ ୱାରେଣ୍ଟ ଶୁଣାଣିକୁ ସ୍ଥଗିତ ରଖିଲେ ପଟିଆଲା ହାଉସ କୋର୍ଟ । ଆସନ୍ତା ଜାନୁଆରୀ ୭ ତାରିଖ ପର୍ଯ୍ୟନ୍ତ ଶୁଣାଣି ସ୍ଥଗିତ ରଖିଲେ ପଟିଆଲା ହାଉସକୋର୍ଟ । ୪ ଦୋଷୀଙ୍କ ବିରୋଧରେ ନୋଟିସ ଜାରି କରିବା ସହ ଆଇନଗତ ବିକଳ୍ପ ପାଇଁ ଦୋଷୀଙ୍କୁ ନୋଟିସ ଜାରି କରାଯାଉ ବୋଲି ଜେଲ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ତେବେ ଡେଥ୍ ୱାରେଣ୍ଟ ଜାରି ହେବା ପୂର୍ବରୁ ଅଭିଯୁକ୍ତ ମୁକେଶ ରାଜକ୍ଷମା ପାଇଁ ଆବେଦନ କରିବେ ନାହିଁ ବୋଲି କହିଥିବା ବେଳେ ଅନ୍ୟ ଅଭୁଯୁକ୍ତ ବିନୟ ନିଜର ରାଜକ୍ଷମା ଆବେଦନ ଫେରାଇ ନେଇଛନ୍ତି ।

Advertisment

ଥରେ ବ୍ଲାକ ୱାରେଣ୍ଟ ଜାରି ହେବା ମାତ୍ରେ ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଥାଏ । ତେବେ ପଟିଆଲା ହାଉସ କୋର୍ଟ ଡେଥ୍ ୱାରେଣ୍ଟ ଶୁଣାଣି ସ୍ଥଗିତ ରଖିବା ପୂର୍ବରୁ ସୁପ୍ରିମକୋର୍ଟ ଅଭିଯୁକ୍ତ ଅକ୍ଷୟ ସିଂହଙ୍କ ପୁନଃବିଚାର ଆବେଦନକୁ ଖାରଜ କରିଥିଲେ । ଆଉ ଏହାପରେ ପଟିଆଲା ହାଉସକୋର୍ଟରେ ଡେଥ୍ ୱାରେଣ୍ଟ ଜାରି ନେଇ ଶୁଣାଣି ହୋଇଥିଲା । ତେବେ ଏହି ଶୁଣାଣିକୁ ଜାନୁଆରୀ ୭ ଯାଏଁ ସ୍ଥଗିତ ରଖିଛନ୍ତି କୋର୍ଟ ।