ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ପାଇଁ ଆଉ ୪୮ ଘଣ୍ଟା ଅତି ଗୁରୁତ୍ୱପୂର୍ଣ୍ଣ । ହ୍ୱାଇଟ ହାଉସ ଅଧିକାରୀ କହିଲେ ଚିନ୍ତାଜନକ ରହିଛି ଗୁରୁତ୍ୱପୂର୍ଣ୍ଣ ଲକ୍ଷଣ । ସଂପୂର୍ଣ୍ଣ ସୁସ୍ଥର ବାଟକୁ ଆସି ନାହାନ୍ତି ଟ୍ରମ୍ପ । ମାସକ ପରେ ରାଷ୍ଟ୍ରପତି ନିର୍ବାଚନ ।

Advertisment
ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ପାଇଁ ଆଉ ୪୮ ଘଣ୍ଟା ଅତି ଗୁରୁତ୍ୱପୂର୍ଣ୍ଣ । ହ୍ୱାଇଟ ହାଉସ ଅଧିକାରୀ କହିଲେ ଚିନ୍ତାଜନକ ରହିଛି ଗୁରୁତ୍ୱପୂର୍ଣ୍ଣ ଲକ୍ଷଣ । ସଂପୂର୍ଣ୍ଣ ସୁସ୍ଥର ବାଟକୁ ଆସି ନାହାନ୍ତି ଟ୍ରମ୍ପ । ମାସକ ପରେ ରାଷ୍ଟ୍ରପତି ନିର୍ବାଚନ ।

U.S. President Donald Trump wears a protective face mask as he watches as a patient donate plasma at the American Red Cross National Headquarters in Washington, U.S., July 30, 2020. REUTERS/Doug Mills/Pool

କନକ ବ୍ୟୁରୋ: ଆଗକୁ ନିର୍ବାଚନ ଆସୁଥିବା ବେଳେ ଆମେରିକା ରାଷ୍ଟ୍ରପତି କରୋନା ଆକ୍ରାନ୍ତ ହେବା ଖବର ଉପରେ ସାରା ବିଶ୍ୱର ନଜର ରହିଛି । ଆଉ ଏତିକି ବେଳେ ଆମେରିକା ରାଷ୍ଟ୍ରପତିଙ୍କ ଚିକିତ୍ସା ଦାୟୀତ୍ୱରେ ଥିବା ଡାକ୍ତରୀ ଟିମ୍ ଏକ ବଡ଼ ସୂଚନା ଦେଇଛନ୍ତି । ସେମାନେ କହିଛନ୍ତି- ଡୋନାଲ ଡ୍ରମ୍ପଙ୍କ ପାଇଁ ଆଗାମୀ ୪୮ ଘଂଟା ବେଶ ଗୁରୁତ୍ୱପୂର୍ଣ୍ଣ । ଏ

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚିକିତ୍ସିତ ହେଉଥିବା ୱାଲଟର ରିଡ୍ ନ୍ୟାସନାଲ ମିଲିଟାରୀ ମେଡିକାଲ ସେଂଟର ଆଗରେ ଡାକ୍ତରଙ୍କ ଟିମ୍ ବାରମ୍ବାର ଗଣମାଧ୍ୟମକୁ ସୂଚନା ଦେଉଛି ଯେ, ରାଷ୍ଟ୍ରପତି ଟ୍ରମ୍ପ ସଂପୂର୍ଣ୍ଣ ଭଲ ଅଛନ୍ତି । ଏହା ପରେ ପରେ ଟ୍ରମ୍ପ ନିଜେ ମଧ୍ୟ ହସ୍ପିଟାଲରୁ ଏକ ଭିଡିଓ ଜାରି କରି କହିଛନ୍ତି, ସେ ବେଶ୍ ସୁସ୍ଥ ଅଛନ୍ତି ।

ଆମେରିକାର ମର୍ଯ୍ୟାଦା ସମ୍ପନ୍ନ ଗଣମାଧ୍ୟମ ନ୍ୟୁୟର୍କ ଟାଇମସର ରିପୋର୍ଟରେ କୁହାଯାଇଛି, ହ୍ୱାଇଟ୍ ହାଉସର ଚିଫ୍ ଅଫ୍ ଷ୍ଟାଫ୍, ମାର୍କ ମିଡୋଜ୍ କହିଛନ୍ତି, ରାଷ୍ଟ୍ରପତିଙ୍କ ଭାଇଟାଲ ସାଇନସ୍ ବା ଗୁରୁତ୍ୱପୂର୍ଣ୍ଣ ଲକ୍ଷଣ ଚିନ୍ତାଜନକ ଅଛି  ଏବଂ ସେ ସତର୍କ କରାଇ ଦେଇଛନ୍ତି, ଦୁଇ ଦିନ ବା ୪୮ ଘଂଟା ତାଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଟ୍ରମ୍ପ ସଂପୂର୍ଣ୍ଣ ସୁସ୍ଥ ହେବା ଦିଗରେ ଯାଉ ନଥିବା ସେ ଅନୁଭବ କରୁଥିବା କହିଛନ୍ତି ।

ମାର୍କ ମିଡୋଜଙ୍କର ଏହି ମନ୍ତବ୍ୟ କଥା ରାଷ୍ଟ୍ରପତି ଟ୍ରମ୍ପ ଶୁଣିବା ପରେ ସେ ଅତ୍ୟନ୍ତ ରାଗି ଯାଇଥିଲେ ବୋଲି ନ୍ୟୁୟର୍କ ଟାଇମ୍ସ ରିପୋର୍ଟ କରିଛି । ଏହା ପରେ ଟ୍ରମ୍ପ, ସେ ଭଲ ଅଛନ୍ତି ନିଜ ଭିଡିଓ ଜାରି କରି କହିଛନ୍ତି ।

ସବୁଠାରୁ ବଡ କଥା ହେଉଛି ଆଉ ମାସକ ପରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ । ଆଉ ଏହି ସମୟ ପ୍ରଚାର ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ । ତେଣୁ ଏହାର ପ୍ରଭାବ ନିର୍ବାଚନ ଉପରେ କଣ ପଡିବ, ତାକୁ ନେଇ ଚର୍ଚ୍ଚା ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe