ପାର୍ବଣରେ ସତର୍କ ରହିବାକୁ ପରାମର୍ଶ ଦେଲେ ଡିଏମଡି : କହିଲେ, ୩ ମାସ ଢିଲା କଲେ ବିପତ୍ତିକୁ ଡାକି ଆଣିବା

160

କନକ ବ୍ୟୁରୋ : ପାର୍ବଣ ଆସିଲେ ଭିଡ ହେବ, ତେଣୁ ସଂକ୍ରମଣ ବଢିବ । ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବାରମ୍ବାର ସର୍ତକ ହେବା ପାଇଁ କହୁଛନ୍ତି । ଯେଉଁ ଜିଲ୍ଲାରେ ସଂକ୍ରମଣ କମୁନି ତାହା ଉପରେ ଅଧିକ ଫୋକସ୍ ରହିବା ପାଇଁ କହୁଯାଉଛି । ତେଣୁ ଆଗାମୀ ୩ ମାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ତେଣୁ ଢିଲା ହେଲେ ସଂକ୍ରମଣ ବଢିବା ନେଇ ସର୍ତକ କରାଇଛନ୍ତି ଡିଏମଇଟି ସିବିକେ ମହାନ୍ତି । ଏହି ୩ ମାସ ଗାଇଡଲାଇନ୍ ମାନିବା ନିହାତି ଆବଶ୍ୟକ ।

ସେପଟେ, ଆଗାମୀ ୩ ମାସ ଆମ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ତେବେ ପୂର୍ବରୁ ଏହି କଟକଣା ନଭେମ୍ବର ମାସ ଯାଏଁ ଥିଲା । ଡିସେମ୍ବର ହେଉଛି ଗୋଟେ ଛୁଟି ମାସ । ତେଣୁ ଅନେକ ଲୋକ ଏ ମାସରେ ବୁଲିବାକୁ ଯାଆନ୍ତି । ହେଲେ ବର୍ତ୍ତମାନ ମଧ୍ୟ ସଂକ୍ରମଣ କମି ନାହିଁ । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ମଧ୍ୟ ଚିନ୍ତା ପ୍ରକଟ କରିବା ସହ ସମସ୍ତଙ୍କୁ ସଚେତନ ରହିବା ପାଇଁ ସତର୍କତା ଜାରି କରିଛନ୍ତି ।

ତେବେ ଆସନ୍ତାକାଲି ରାଜ୍ୟ ମାନଙ୍କ ସହ କେନ୍ଦ୍ର ସରକାରଙ୍କ ବୈଠକ ବସିବ । ଏହିସହ ଆଗାମୀ ଦିନ ପାଇଁ ପ୍ରସ୍ତୁତ ହେବ ରୂପ ରେଖ । ତେବେ ଭୁବନେଶ୍ୱରର ସଂକ୍ରମଣ ଏବେ ଚିନ୍ତାର କାରଣ ପାଲଟିଛି । ପ୍ରତେକ ଦିନ ଏଠାରେ ୨୫୦ ରୁ ୩୦୦ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ତେଣୁ ଏହି କିଛି ମାସ ମୂଖ୍ୟତଃ ଭୁବନେଶ୍ୱର ବାସୀଙ୍କୁ ଜଗି ରଖି ଚଳିବାକୁ ପଡିବ।