ଆଗାମୀ ଦୁଇଦିନ ପ୍ରବଳ ବର୍ଷା! ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

526

କନକ ବ୍ୟୁରୋ: ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୫ରୁ ଊର୍ଧ୍ବ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, ପୁରୀ, ନୟାଗଡ଼, ଖୋର୍ଧା, ଝାରସୁଗୁଡ଼ା ଓ କେନ୍ଦ୍ରାପଡା ରହିଛି। ଏହି ଜିଲ୍ଲାଗୁଡ଼ିକୁ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ବି ଜାରି କରାଯାଇଛି।

ସେହିପରି ନଭେମ୍ବର ୧୩ରୁ ୧୪ ତାରିଖ ମଧ୍ୟରେ ଗଞ୍ଜାମ, ଗଜପତି, ରାୟଗଡ଼ା ଓ କନ୍ଧମାଳ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକୁ ବି ସତର୍କ କରାଯାଇ ଆଞ୍ଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏଯାବତ ସମ୍ବଲପୁରରେ ସର୍ବାଧିକ ୩୧.୭ ଡିଗ୍ରି ସେଲସିୟସ ତାପମାତ୍ରା ରହିଥିବା ବେଳେ ଫୁଲବାଣୀରେ ସର୍ବନିମ୍ନ ୧୬.୦ ଡିଗ୍ରି ସେଲସିୟସ ତାପମାତ୍ରା ରହିଛି। ନଭେମ୍ବର ୧୪ରୁ ୧୭ ତାରିଖ ମଧ୍ୟରେ କିଛି ଜିଲ୍ଲାରେ ହାଲୁକା ବର୍ଷା ହେବା ସହିତ କାଳବୈଶାଖୀ ସମ୍ଭାବନା ଥିବା କୁହାଯାଉଛି।