ବିମାନ ଓ ଟ୍ରେନ ଚାଲିବା ପରେ ବଢିଲା ଆହ୍ୱାନ । ମୁଖ୍ୟମନ୍ତ୍ରୀ କହିଲେ, ଏକମାସ ଯାଏଁ ରହିବ ଅଧିକ ଚ୍ୟାଲେଂଜ । ବେଶୀ କଠୋର ନହୋଇ ପରିସ୍ଥିତିର ପରିଚାଳନା କରିବେ ସରକାର । ମୁଖ୍ୟ ସଚିବ କହିଲେ, ପରିସ୍ଥିତି ବଦଳୁଛି, ସମୟ ଅନୁସାରେ ନିଆଯିବ ନିଷ୍ପତ୍ତି ।

ବିମାନ ଓ ଟ୍ରେନ ଚାଲିବା ପରେ ବଢିଲା ଆହ୍ୱାନ । ମୁଖ୍ୟମନ୍ତ୍ରୀ କହିଲେ, ଏକମାସ ଯାଏଁ ରହିବ ଅଧିକ ଚ୍ୟାଲେଂଜ । ବେଶୀ କଠୋର ନହୋଇ ପରିସ୍ଥିତିର ପରିଚାଳନା କରିବେ ସରକାର । ମୁଖ୍ୟ ସଚିବ କହିଲେ, ପରିସ୍ଥିତି ବଦଳୁଛି, ସମୟ ଅନୁସାରେ ନିଆଯିବ ନିଷ୍ପତ୍ତି ।

କନକ ବ୍ୟୁରୋ: ହଠାତ୍ ତାଲାବନ୍ଦକୁ କୋହଳ କରି ସୋମବାର ଦିନ ରାଜ୍ୟ ସରକାର ବିମାନ, ରେଳ ସେବା, ବସ୍ସେବା, ଟାକ୍ସି ଏବଂ ଅଟୋ ସେବା ଆଦିକୁ ଅନୁମତି ଦେବା ପରେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଥିଲା, ଏବେ କରୋନା ଆହୁରି ବ୍ୟାପିଯିବନି ତ? ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବିଷୟରେ ପ୍ରତିକ୍ରିୟା ରଖି କହିଛନ୍ତି, ଆଗାମୀ ୧୫ ଦିନରୁ ଏକ ମାସ ଅଧିକ ଚ୍ୟାଲେଂଜ ହେବ । ଏବଂ ମାନବୀୟ ଚେହେରା ସହ ବୃତିଗତ ଢଙ୍ଗରେ ପରିସ୍ଥିତିକୁ ପରିଚାଳନା କରାଯିବ ।

ଅର୍ଥାତ୍ ଅତ୍ୟନ୍ତ କଠୋର ନହୋଇ ପ୍ରଭାବିଢଙ୍ଗରେ କରୋନାକୁ ମୁକାବିଲା କରାଯିବ । ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା ପରେ ମୁଖ୍ୟ ଶାସନ ସଚିବ ଗଣମାଧ୍ୟମକୁ ଏସଂପର୍କରେ ବୃସ୍ତୃତ ସୂଚନା ଦେଇ କହିଛନ୍ତି, ୧୫ ଦିନ ଧରି ସରକାର ସ୍ୱତନ୍ତ୍ର ଭାବେ ଏକ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିବେ । ଏବେ ପ୍ରାୟ ପ୍ରତ୍ୟେକ ଦିନ ଓଡିଶାରେ ୫୦ରୁ ଅଧିକ ସଂଖ୍ୟାରେ ସଂକ୍ରମଣ ବଢୁଥିବା ଖବର ଆସୁଛି । ସେପଟେ ଦେଶରେ ପ୍ରତ୍ୟେକ ଦିନ ୫ରୁ ୬ ହଜାର ଯାଏଁ ଲୋକ ସଂକ୍ରମିତ ହେଉଛନ୍ତି । ଅନ୍ୟପଟେ ଅର୍ଥନୀତିକୁ ମୁଖ୍ୟସ୍ରୋତକୁ ଆଣିବା ପାଇଁ ତାଲାବନ୍ଦ କୋହଳ କରିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବାଧ୍ୟ ହେଉଛନ୍ତି । ଏଭଳି ସମୟରେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କେମିତି ସଂକ୍ରମଣକୁ ନିୟନ୍ତ୍ରଣକୁ ଅଣାଯିବ ।

ଏସବୁ ଭିତରେ ପ୍ରତ୍ୟେକ ଦିନ ଅଧିକ ସଂକ୍ରମଣ ଥିବା ରାଜ୍ୟରୁ ପ୍ରବାସୀ ଓଡିଆ ଶ୍ରମିକ ବିନା ସୂଚନାରେ ଫେରିବା ରାଜ୍ୟ ସରକାରଙ୍କ ପାଇଁ ଚ୍ୟାଲେଂଜ ହୋଇଛି । କାରଣ ସେମାନେ କୁଆଡେ ଯିବେ ଏବଂ କେଉଁଠି ରହିବେ, ତାହା ଖୁବ୍ ଗୁରୁତ୍ୱପୂର୍ଣ୍ଣ । ନଚେତ ସଂକ୍ରମଣ ବଢିଯାଇପାରେ । ଗୋଟିଏ ପଟେ କରୋନା ସଂକ୍ରମଣର ଭୟ, ଆଉ ଗୋଟିଏ ପଟେ ଯଦି ବଜାର ନଖୋଲେ ତେବେ କରୋନାଠାରୁ ଅଧିକ ଭୟଙ୍କର ବିପଦ ମାଡିଆସିବାର ଆଶଙ୍କା । ଏସବୁ ଭିତରେ ଉଚିତ ସମନ୍ୱୟ ରକ୍ଷା କରି କାମ କରିବା ହିଁ ସବୁଠାରୁ ଭଲ ବିକଳ୍ପ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe