ଡେବ୍ୟୁ ମ୍ୟାଚରେ ଚମକିଲେ ହର୍ଷଲ: ୧୫୩ ରନ କଲା ନ୍ୟୁଜିଲାଣ୍ଡ, ଭାରତ ଆଗରେ ୧୫୪ ରନର ଟାର୍ଗେଟ

164

କନକ ବ୍ୟୁରୋ: ଆଜି ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ ଖେଳାଯାଉଛି । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୧୫୩ ରନ କରିବାରେ ସଫଳ ହୋଇଛି ନ୍ୟୁଜିଲାଣ୍ଡ ଦଳ । ଫଳରେ ଭାରତ ଆଗରେ ୧୫୪ ରନର ବିଜୟ ଲକ୍ଷ୍ୟ ରହିଛି । ଏହି ମ୍ୟାଚରେ ଡେବ୍ୟୁ କରିଥିବା ହର୍ଷଲ ପଟେଲ ଦମଦାର ପ୍ରଦର୍ଶନ କରିଛନ୍ତି । ହର୍ଷଲ ଏହି ମ୍ୟାଚରେ ୪ ଓଭର ବୋଲିଂ କରି ୨୫ ରନ ବ୍ୟୟରେ ୨ଟି ୱିକେଟ ହାସଲ କରିଛନ୍ତି ।

ଏହି ମ୍ୟାଚରେ ଟସ ଜିତି ଭାରତ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ବ୍ୟାଟିଂ ପାଇଁ ଆସିଥିଲା ନ୍ୟୁଜିଲାଣ୍ଡ ଦଳ । ନ୍ୟୁଜିଲାଣ୍ଡ ପକ୍ଷରୁ କେହି ବଡ ସ୍କୋର କରିବାରେ ସଫଳ ହୋଇନଥିଲେ । ଦଳ ପକ୍ଷରୁ ଗ୍ଲେନ ଫିଲିଫ୍ସ ୩୪, ମାର୍ଟିନ ଗପ୍ଟିଲ ଓ ଡାର୍ଲି ମିଚେଲ ୩୧ ଲେଖାଏଁ ରନ କରିଥିଲେ । ଫଳରେ ନ୍ୟୁଜିଲାଣ୍ଡ ୨୦ ଓଭରରେ ୬ ୱିକେଟ ହରାଇ ୧୫୩ ରନ କରିପାରିଛି ।