ଖବରକାଗଜ ପୃଷ୍ଠାର ତଳଭାଗରେ ଥିବା ରଙ୍ଗିନ୍ ବିନ୍ଦୁ ବିଷୟରେ କିଛି ଜାଣିଛନ୍ତି କି ? ଅଧିକ ଜାଣିବାକୁ ଏହି ରିପୋର୍ଟ ଉପରେ ନଜର ପକାନ୍ତୁ ।

56

ପ୍ରତିଦିନ ସକାଳୁ ଉଠି ଚା କପେ ସାଙ୍ଗକୁ ଖବରକାଗଜର ପୃଷ୍ଠା ଓଲଟାଇ ଆମେ ଦୁନିଆର ସବୁ ଖବର ଉପରେ ନଜର ବୁଲାଇ ଆଣୁ । ଖବରକାଗଜ ଯେମିତି ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଯାଇଛି । କିନ୍ତୁ କେବେ ଖବରକାଗଜ ପୃଷ୍ଠାର ତଳେ ରଙ୍ଗିନ୍ ବିନ୍ଦୁ ଭଳି କିଛି ଥିବାର କେବେ ଦେଖିଛନ୍ତି । ଆମେ ଖବରକାଗଜ ତ ପଢିନେଉଛେ କିନ୍ତୁ ଏହି ରଙ୍ଗିନ୍ ବିନ୍ଦୁ କାହିଁକି ଦିଆଯାଏ ସେ ବିଷୟରେ ଜାଣିଛନ୍ତି କି? ଖବରକାଗଜ ତଳେ ରଙ୍ଗିନ୍ ବିନ୍ଦୁ ରହିବାର ଏକ କାରଣ ରହିଛି । ଏହାର କାରଣ ପ୍ରଥମେ ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ପେପରର ଖବରକାଗଜ ବଜାରକୁ ପ୍ରିଣ୍ଟ ହୋଇ ଆସୁଥିଲା କିନ୍ତୁ ଏବେ ରଙ୍ଗିନ୍ ପେପରର ଖବରକାଗଜ ଆସୁଛି । କେଉଁ ରଙ୍ଗ ସହ କେଉଁ ରଙ୍ଗକୁ ସଂଯୋଗ କଲେ ଆଖିକୁ ଭଲ ଲାଗିବ ତାହା ଜାଣିବା ପାଇଁ ତଳେ ଡେମୋ ସ୍ୱରୁପ ଏହି ବିନ୍ଦୁ ସବୁକୁ ଦିଆଯାଇଥାଏ । ଏହା ଉଗଣକ କ୍ରମରେ ସଜ୍ଜିତ ହୋଇ ରହିଥାଏ । ସି ର ଅର୍ଥ କ୍ୟାନ୍ (ନୀଳ), ଏମ୍ ର ଅର୍ଥ ମାଗେଣ୍ଟା(ଗୋଲାପି), ୱାଇ ଏବଂ କେ ର ଅର୍ଥ ୟେଲୋ(ହଳଦିଆ) ଏବଂ କେ ଅର୍ଥ ବ୍ଲାକ(କଳା)ଏଠାରେ ହିନ୍ଦୀରେ କାଲାକୁ ଦର୍ଶାଯାଇଥିବାରୁ କେ ଶବ୍ଦର ଉଚ୍ଚାରଣ କରାଯାଇଛି ।