କନକ ବ୍ୟୁରୋ: ଖବରକାଗଜ ବଦଳାଇଦେଲା ଜୀବନର ଚିତ୍ର । ନିଜର କଠିନ ପରିଶ୍ରମ ଆଉ ଏକାଗ୍ରତା ତାଙ୍କୁ ଆଣିଦେଇଛି ସଫଳତା । ଦିନ ଥିଲା ବୁଲିବୁଲି ପେପର ବାଣ୍ଟୁଥିଲେ । ହେଲେ ଆଜି ଅନେକ ପିଲାଙ୍କ ପାଲଟିଛନ୍ତି ଗୁରୁ । ସେ ହେଉଛନ୍ତି ଯାଜପୁର ବିଞ୍ଝାରପୁରର ବିଦ୍ୟାସାଗର ବେହେରା । ଘରେ ଅଭାବ ଭିତରେ ସଂଘର୍ଷ କରୁଛନ୍ତି । ହେଲେ ଅନେକ ଛାତ୍ରଙ୍କ ଭବିଷ୍ୟତ ଗଢୁଛନ୍ତି ନିଜ ହାତରେ । ପରିବାର ଅବସ୍ଥା ଏମିିତିଥିଲା ଯେ ସେ ନିଜେ ପେପର ବାଣ୍ଟି ପରିବାର ଚଳାଉଥିଲେ । ଅଭାବୀ ପରିବାର ଭିତରେ ଦୁଇ ଭଉଣୀଙ୍କ ମୃତ୍ୟୁ ହୋଇଯାଇଛି । ହେଲେ ନିଜ ଉଦ୍ୟମ ଆଉ ପରିଶ୍ରମ ଜାରି ରଖିଛନ୍ତି ।

Advertisment

ଜଣେ ଶିକ୍ଷକ ହେବାର ସ୍ୱପ୍ନ ଦେଖୁଥିବା ବିଦ୍ୟାସାଗର ଆଜି ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିଛନ୍ତି । ତଳବନ୍ଧ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଭାବେ ନିଯୁକ୍ତି ପାଇଛନ୍ତି । ଯାହାକୁ ନେଇ ତାଙ୍କ ପରିବାର ଲୋକେ ବେଶ ଖୁସି ଜାହିର କରିଛନ୍ତି । ସେପଟେ ଏହିଭଳି ଶିକ୍ଷକ ପାଇଥିବାରୁ ବିଦ୍ୟାଳୟରେ ପିଲାଙ୍କଠୁ ନେଇ ଅନ୍ୟ ଶିକ୍ଷକ ମାନେ ମଧ୍ୟ ବେଶ ଖୁସି ହୋଇଛନ୍ତି ।