ତେଜିଲା ତେଲ ଦର ବୃଦ୍ଧିର ପ୍ରତିବାଦ: ପୁରୀ ସଦର ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡିର ଗଣଧାରଣା

89

କନକ ବ୍ୟୁରୋ: ଦେଶବ୍ୟାପୀ ତୈଳଦର ବୃଦ୍ଧି ନେଇ ପ୍ରତିବାଦ ଦେଖା ଦେଇଥିବା ବେଳେ ରାଜ୍ୟରେ ବିଜେଡି ପକ୍ଷରୁ ମଧ୍ୟ ଏହାର ପ୍ରତିବାଦ କରାଯାଉଛି । ପୁରୀରେ ଆଜି ବିଜେଡି ପକ୍ଷରୁ ପେଟ୍ରୋଲ ଡିଜେଲ ଦର ବୃଦ୍ଧିର ପ୍ରତିବାଦ କରାଯାଉଛି । ପୁରୀ ସଦର ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଛି ବିଜେଡି । ସକାଳ ୯ଟାରୁ ବିଜେଡି କର୍ମୀମାନେ ବ୍ଲକ୍ ଅଫିସ ସମ୍ମୁଖରେ ଗଣଧାରଣା ଦେଇଛନ୍ତି । ଶତାଧିକ ଦଳୀୟ କର୍ମୀ ଏହି ଗଣଧାରଣାରେ ସାମିଲ ହେବା ସହ କେନ୍ଦ୍ର ସରକାରକୁ କଡା ସମାଲୋଚନା କରିଛନ୍ତି ।

bjd protest

ଉଲ୍ଲେଖ ଥାଉ କି, ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଗତକାଲିଠାରୁ ରାଜ୍ୟବ୍ୟାପି ପ୍ରତିବାଦ କରିଛି ବିଜୁ ଜନତା ଦଳ । ପେଟ୍ରୋଲ ଓ ଡିଜେଲର ଦରବୃଦ୍ଧିକୁ ନେଇ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ବିକ୍ଷୋଭ କରିବ ବିଜେଡି । ଗତକାଲି ରାଜଭବନ ସମ୍ମୁଖରେ ବିଜେଡି ନେତା ଓ କର୍ମୀମାନେ ପ୍ରତିବାଦ କରି ଧାରଣା ଦେଇଥିଲେ। ଏହାସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ ।

dharmendra pradhan

ସେହିପରି ବିଜୁ ଜନତା ଦଳ ପକ୍ଷରୁ ବିଭିନ୍ନ ଆରଡିସି, ଜିଲ୍ଲା ଓ ବ୍ଲକ୍ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ କରିବା ସହ ଧାରଣା ଦିଆଯାଇଛି । କର୍ଣ୍ଣାଟକ ନିର୍ବାଚନ ପରେ ଗତ ୧୬ ଦିନ ହେଲାଣି ଲଗାତାର ଭାବେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟପଟେ ରାଜ୍ୟ ସରକାର ଆନ୍ଦୋଳନ କରିବା ବଦଳରେ ଟିକସ କମାଇବାକୁ ଦାବି କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି, ରାଜ୍ୟ ସରକାର ଆନ୍ଦୋଳନ କରିବା ପରିବର୍ତ୍ତେ ଟିକସ କମାନ୍ତୁ ।