ସୁନ୍ଦରଗଡ ବିସ୍ଫୋରକ ଲୁଟ୍ ଘଟଣା : ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲ ଓ ତାଙ୍କ ପତ୍ନୀ ନିକିତାଙ୍କୁ ମୁହାଁମୁହିଁ ଜେରା କରିପାରେ ଏସଆଇଟି ଟିମ୍

ସାମ୍ନାସାମ୍ନି ଜେରା ହେବେ ସ୍ବାମୀ ସ୍ତ୍ରୀ । ସୁନ୍ଦରଗଡ଼ ବିସ୍ଫୋରକ ଲୁଟ୍ ଘଟଣାରେ ଗିରଫ ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲ ଓ ପତ୍ନୀ ନିକିତା ଅଗ୍ରଓ୍ବାଲଙ୍କୁ ମୁହାଁମୁହିଁ ବସାଇ ଜେରା କରିପାରେ ଏସଆଇଟି ଟିମ୍

ଅଦ୍ୟତନ ହୋଇଛି
swami stree

Photograph: (kanaknews)

କନକବ୍ୟୁରୋ : ସାମ୍ନାସାମ୍ନି ଜେରା ହେବେ ସ୍ବାମୀ ସ୍ତ୍ରୀ । ସୁନ୍ଦରଗଡ଼ ବିସ୍ଫୋରକ ଲୁଟ୍ ଘଟଣାରେ ଗିରଫ ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲ ଓ ପତ୍ନୀ ନିକିତା ଅଗ୍ରଓ୍ବାଲଙ୍କୁ ମୁହାଁମୁହିଁ ବସାଇ ଜେରା କରିପାରେ ଏସଆଇଟି ଟିମ୍ । ରାଉରକେଲାରେ ବାରୁଦ ବ୍ୟବସାୟୀ ଦମ୍ପତିଙ୍କୁ ଲଗାତାର ଜେରା କରି ଘାଇଲା କରିବ ଏସଆଇଟି ।  ଆଜି ଶ୍ରବଣ ଅଗ୍ରୱାଲଙ୍କ ରିମାଣ୍ଡ ଅବଧି ଶେଷ ହେଉଥିବାବେଳେ ଦ୍ବିତୀୟ ଦିନରେ ପତ୍ନୀଙ୍କୁ ସାମ୍ନାରେ ବସାଇ ଜେରା କରିବ ଏସଆଇଟି। ରାଉରକେଲା ରଘୁନାଥ ପଲ୍ଲୀ ଥାନରେ ଜେରା କରୁଛି ଏସଆଇଟି ଓ ଜିଏସଟି ବିଭାଗ  ।  କମ୍ପ୍ୟୁଟର ହାର୍ଡ ଡିସ୍କ ସହ ବିଭିନ୍ନ କାଗଜ ପତ୍ରର ଚାଲିଛି ତନାଘନା । ଏତେ ପରିମାଣର ବିସ୍ପୋରକ ବିନା କାଗଜ ପତ୍ରରେ କିପରି କରୁଥିଲେ ଚାଲାଣ ତାର ତଦନ୍ତ ଚାଲିଛି । ଗୋଦାମ ସିଲ୍ ହେବା ପରେ ମଧ୍ୟ କିପରି ଏତେ ପରିମାଣର ବିସ୍ପୋରକ କାହାକୁ ଦେବା ପାଇଁ ରଖିଥିଲେ ତାକୁ ନେଇ ଅଧିକ ଖୋଳତାଡ଼ କରାଯାଉଛି । 
---

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe