କନକ ବ୍ୟୁରୋ: ସମ୍ବଲପୁର ଶୀତଳ ଷଷ୍ଠୀ ପର୍ବରେ ଶେଷ ହୋଇଛି ଦେବ ନିମନ୍ତ୍ରଣ । ମହାଦେବଙ୍କ ବିବାହରେ ସାମିଲ ହେବା ପାଇଁ ଗୁଆ ଅରୁଆ ଚାଉଳ ଦେଇ ଦେବାଦେବୀଙ୍କୁ ନିମନ୍ତ୍ରଣ କରାଯାଇଛି । ଦେବୀ ପାର୍ବତୀଙ୍କ ପାଣିଗ୍ରହଣ ପାଇଁ ବରଯାତ୍ରୀଙ୍କୁ ନେଇ ବାହାରିବେ ଦେବ ଦେବ ମହାଦେବ ।

Advertisment

ନନ୍ଦପଡାରେ ନୃସିଂହ ମହାପ୍ରଭୁ ଦେବ ନିମନ୍ତ୍ରଣ ପାଇଁ ବାହାରିଥିବାବେଳେ ଝାଡୁଆପଡାରେ ହନୁମାନ ଓ ଅନ୍ୟ ପୁଜାମଣ୍ଡପରେ କୃଷ୍ଣ ମହାପ୍ରଭୁ ଦେବନିମନ୍ତ୍ରଣ କରିଛନ୍ତି । ଆଜି ଯୋଗମାୟା ମା' ପାର୍ବତୀଙ୍କ ହାତ ଧରିବେ ଦେବ ଦେବ ମହାଦେବ । ପୂର୍ବ ନିର୍ଦ୍ଧାରିତ ଲଗ୍ନ ଅନୁଯାୟୀ ବିଳମ୍ବିତ ରାତିରେ ବିବାହ ନୀତି ସମ୍ପର୍ଣ୍ଣ ହେବ । ଦେବୀ ପାର୍ବତୀଙ୍କ ପାଣିଗ୍ରହଣ ପାଇଁ ବରଯାତ୍ରୀଙ୍କୁ ନେଇ ବାହାରିବେ ଦେବ ଦେବ ମହାଦେବ ।