କନକବ୍ୟୁରୋ : ମଧ୍ୟପ୍ରାଚ୍ୟରେ ବଢ଼ୁଛି ଚିନ୍ତା । ଇସ୍ରାଏଲ ଓ ଇରାନ ବର୍ତ୍ତମାନ ମୁହାଁମୁହିଁ ସ୍ଥିତିରେ । କେତେବେଳେ ବି ହୋଇପାରେ ବଡ ଆକ୍ରମଣ । ଆମେରିକା ନିର୍ବାଚନ ପୂର୍ବରୁ ଅର୍ଥାତ ନଭେମ୍ବର ୫ ପୂର୍ବରୁ ଇସ୍ରାଏଲ ବଡ ଧରଣର ଆକ୍ରମଣ କରି ଇରାନକୁ କଡ଼ା ଜବାବ ଦେବାକୁ ଯୋଜନା କରୁଥିବାବେଳେ ଏବେ ଇରାନ ମଧ୍ୟ ପାଲଟା ଜବାବ ପାଇଁ ପ୍ରସ୍ତୁତ ହେଉଛି । ଗୁଇନ୍ଦା ସୂଚନା ଅନୁସାରେ ଇରାନର ମୁଖ୍ୟ ନଇମ କ୍ବାସିମଙ୍କ ନେତୃତ୍ବରେ ଇସ୍ରାଏଲ ଉପରେ ବଡ ଆକ୍ରମଣ ହୋଇପାରେ । 

Advertisment

ବିଶେଷ କରି ଇସ୍ରାଏଲର ଅଏଲ ଓ ଗ୍ୟାସ ପ୍ଲାଂଟକୁ ଟାର୍ଗେଟ କରିପାରେ ଇରାନ । ଅନପଟେ ଇସ୍ରାଏଲ ଏକଥା ସ୍ପଷ୍ଟ କରିସାରିଛି ଯେ କୌଣସି ପରିସ୍ଥିତିରେ ହିଜବୁଲ୍ଲାକୁ ମୂଳପୋଛ କରିବ ଓ ଇରାନଠୁ ପ୍ରତିଶୋଧ ନେବ ।ଅକ୍ଟୋବର ୧ରେ ଇସ୍ରାଏଲ ଉପରେ ଈରାନ ଆକ୍ରମଣ କରିବା ପରେ ରକ୍ତମୁଖା ହୋଇପଡିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଂଜାମିନ ନେତାନ୍ୟାହୁ ।

ତେବେ ଚୁପ ରହିବା ବଦଳରେ ଜବାବ ଦେବାକୁ ମଧ୍ୟ ଇରାନ ସ୍ଥିର କରିସାରିଛି । ମିଳିଥିବା ସୂଚନା ଅନୁସାରେ ନଇମ କ୍ବାସିମ ଯିଏକି ହିଜବୁଲ୍ଲାର ମୁଖ୍ୟ ସେ ଆକ୍ରମଣ ପାଇଁ ବଡ ଯୋଜନା କରିଛନ୍ତି ର ହିଜବୁଲ୍ଲା ମୁଖ୍ୟ ହେବା ପରେ ନୈମ କ୍ୱାସୀମ ପ୍ରଥମଥର ପାଇଁ ନିଜ ସମର୍ଥକଙ୍କୁ ସମ୍ବୋଧନ କରିଛନ୍ତି । ଇରାନ ସମର୍ଥିତ ଏହି ସଂଗଠନ ପୂର୍ବ ଭଳି ଇସ୍ରାଏଲ ବିରୋଧୀରେ ପ୍ରସ୍ତୁତ କରିଥିବା ନିଜର ଯୁଦ୍ଧ ଯୋଜନା ବା ପ୍ଲାନ ଜାରି ରଖିବ ।  ଏଥିରେ କୌଣସି ପ୍ରକାରର ବୁଝାମଣା ହେବ ନାହିଁ ବୋଲି କ୍ୱାସୀମ କହିଛନ୍ତି ।

ଦୁଇ ପକ୍ଷ ମଧ୍ୟରେ ଉତ୍ତେଜନା ଜାରି ରହିଥିବା ବେଳେ କ୍ୱାସୀମ ଏପରି କଥା କହିଛନ୍ତି  । ଉଭୟ ଇସ୍ରାଏଲ ଓ ହେଜବୁଲ୍ଲା ପରସ୍ପର ଉପରେ ବୋମା ମାଡ଼ କରିବା ସହ ଏୟାର ଷ୍ଟ୍ରାଇକ କରୁଛନ୍ତି । ହେଲେ ଇସ୍ରାଏଲ ଅପେକ୍ଷା ହେଜବୁଲ୍ଲାକୁ ଏହି ଆକ୍ରମଣରେ ବଡ଼ କ୍ଷତି ସହିବାକୁ ପଡ଼ିଛି । ସେପ୍ଟେମ୍ବର ମାସରେ ଇସ୍ରାଏଲ କରିଥିବା ଏୟାର ଷ୍ଟ୍ରାଇକର ସଂଗଠନର ମୁଖ୍ୟ ହାସନ ନସ୍ରଲ୍ଲା ପ୍ରାଣ ହରାଇଥିଲେ । ଏଥିସହ ହେଜବୁଲ୍ଲାର ଅନେକ କମାଣ୍ଡରଙ୍କ ମଧ୍ୟ ମୃତ୍ୟୁ ହୋଇଛି। ଜଣଙ୍କ ପରେ ଜଣେ ଟପ୍‌ କମାଣ୍ଡର ଇସ୍ରାଏଲ ଆକ୍ରମଣରେ ପ୍ରାଣ ହରାଉଥିବାରୁ ହେଜବୁଲ୍ଲାର ଚିନ୍ତା ବଢ଼ିଥିଲା।ଶେଷରେ ସଂଗଠନ ପକ୍ଷରୁ କ୍ୱାସୀମଙ୍କୁ ମୁଖିଆ ଭାବେ ଚୟନ କରାଯାଇଛି।