କନକବ୍ୟୁରୋ: ସାଇବର ଥାନାରେ ଅଭିନେତା ମନୋଜ ମିଶ୍ର । ଦ୍ବିତୀୟ ପତ୍ନୀ ମମତା ନନ୍ଦଙ୍କ ସହ ସାଇବର ଥାନାକୁ ଆସି କିଛି ୟୁଟ୍ୟୁବ ଚ୍ୟାନେଲ, କିଛି ୱେବ୍ ଚ୍ୟାନେଲ ଓ କିଛି ସୋସିଆଲ ମିଡ଼ିଆ ରୋଷ୍ଟର ମାନଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ।  

ସାମାଜିକ ଗଣମାଧ୍ୟମରେ ତାଙ୍କୁ ଓ ତାଙ୍କ ଦ୍ବିତୀୟ ପତ୍ନୀଙ୍କୁ ନେଇ କିଛି ରୋଷ୍ଟର ରୋଷ୍ଟ କରୁଥିବା ସହ ଆପତ୍ତିଜନକ ଓ ଅଶ୍ଳୀଳ ଭାଷା କହୁଥିବା ଅଭିଯୋଗ ଆଣିଛନ୍ତି ମନୋଜ । ତାଙ୍କ ବ୍ୟକ୍ତିଗତ,ବୈବାହିକ,ପାରିବାରିକ  ଜୀବନକୁ ନେଇ କିଛି ଲୋକ ତାଙ୍କ ସମ୍ମାନହାନି କରୁଥିବା ନେଇ ସେ ଅଭିଯୋଗ କରିଛନ୍ତି ।