କନକ ବ୍ୟୁରୋ: ଗଞ୍ଜାମ ଧରାକୋଟ ବ୍ଲକ ହୀରାଖଣ୍ଡି ଅଞ୍ଚଳରେ ଟମାଟୋର ଅଭାବି ବିକ୍ରୀ ଚାଷୀଙ୍କ ଚିନ୍ତା ବଢାଇଛି । ପରିଶ୍ରମ ଅନୁସାରେ ଚାଷୀଙ୍କୁ ମୂଲ୍ୟ ମିଳୁନଥିବାରୁ ବିଲରୁ ତୋଳିବାକୁ ମଧ୍ୟ ଅମଙ୍ଗ ହେଉଛନ୍ତି । ତେଣୁ ବିଲରେ ପଚୁଛି ପାଚିଲା ଟମାଟୋ । ଦୁଇ ଟଙ୍କାରେ ଦେଲେ ମଧ୍ୟ ବେପାରୀ ନେଉନାହାନ୍ତି ଟମାଟୋ । ଭଲ ଅମଳ ଆଶାରେ ଚାଷୀ ଚାଷ କରିଥିଲେ । ହେକ୍ଟର ହେକ୍ଟର ଚାଷ ହୋଇଥିଲା । ହେଲେ ଠିକ୍ ଅମଳ ବେଳକୁ ଅଭାବୀ ବିକ୍ରି ଚାଷୀଙ୍କୁ ଚିନ୍ତାରେ ପକାଇଛି । ଟମାଟ ସଂରକ୍ଷିତ ରଖିବାକୁ ଶୀତଳ ଭଣ୍ଡାର ନଥିବାରୁ ବିଲରୁ ଅମଳ କରୁନାହାନ୍ତି ଚାଷୀ ।
ଗଞ୍ଜାମ ଜିଲ୍ଲାରେ ଟମାଟୋର ଅଭାବୀ ବିକ୍ରୀ । ଟମାଟୋ କିଲୋ ପିଛା ୨ ଟଙ୍କାରୁ ୩ ଟଙ୍କାରେ ବିକ୍ରୀ ହେଉଛି । ଯାହାକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି ଚାଷୀ କୂଳ । ବଜାରରେ ଟମାଟୋ କିଲେ ପିଛା ୧୫ ଟଙ୍କା ରହିଥିବା ବେଳେ ଚାଷୀଙ୍କ ଠାରୁ ୨ ରୁ ୩ ଟଙ୍କାରେ କିଣୁଛନ୍ତି ବ୍ୟବସାୟୀ । ଲେବର, ପେଷ୍ଟିସାଇଡ୍ ଖର୍ଚ୍ଚ ସହିତ ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ପାଉଥିବା ବେଳେ ପାରିଶ୍ରମିକ ମିଳୁନାହିଁ । ଅନେକ ଚାଷୀ ଟମାଟୋକୁ ନତୋଳି ଚାଷ ଜମିରେ ଛାଡ଼ି ଦେଉଛନ୍ତି । ହେକ୍ଟର ହେକ୍ଟର ଚାଷ ଜମିରେ ଟମାଟୋ ସେଭଳି ପଚିସଢ଼ି ନଷ୍ଟ ହେଉଥିବା ଦେଖିବାକୁ ମିଳିଛି ।
ଗଞ୍ଜାମ ଜିଲ୍ଲା ମଧୁରଚୁଆ, ସିପକୁଦା, ଶ୍ରୀରାମଚନ୍ଦ୍ରପୁର, ହରିପୁର, କଣ୍ଟପଡ଼ା ଭଳି ଅନେକ ଗାଁରେ ଚଳିତ ବର୍ଷ ଟମାଟୋ ଚାଷ ଭଲ ହୋଇଛି । ଗତ କିଛି ଦିନ ପୂର୍ବରୁ ଟମାଟୋ କିଲୋ ପିଛା ୧୫ରୁ ୨୦ ଟଙ୍କାରେ ବିକ୍ରି ହେଉଥିଲା । ହଠାତ୍ ଦର ଖସି ଯିବାରୁ ଏବେ ୨ରୁ ୩ ଟଙ୍କାରେ ବିକ୍ରି ହେଉଛି ଟମାଟୋ । ପାରିଶ୍ରମିକ ମିଳୁନଥିରୁ ହେକ୍ଟର ହେକ୍ଟର ଜମିରେ ଟମାଟୋକୁ ଛାଡ଼ି ଦେଉଛନ୍ତି ଚାଷୀ । ଏକର ପିଛା ଟମାଟୋ ଚାଷ ପାଇଁ ପ୍ରାୟ ୩୦ରୁ ୪୦ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଟମାଟୋ ତୋଳି ବଜାରକୁ ବିକ୍ରି ପାଇଁ ନେଲେ ପାରିଶ୍ରମିକ ମିଳୁନାହିଁ । କିପରି ଋଣ ଶୁଝିବେ ଓ ପରିବାର ପ୍ରତିପୋଷଣ କରିବେ ସେଇ ଚିନ୍ତାରେ ଚାଷୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/02/12/AEnXW3f0EhI9mqpe4SYs.jpg)