କନକ ନ୍ୟୁଜର ପ୍ରଭାବ, ସାଉଦି ଆରବରୁ ଫେରିଲେ ଫସି ରହିଥିବା ୬ ଶ୍ରମିକ ।

Advertisment

ଶେଷରେ ଜନ୍ମମାଟିକୁ ଫେରିଲେ ବିଦେଶରେ ଫଶିଥିବା ଶ୍ରମିକ । ୬ ଜଣ ଶ୍ରମିକ ସୁରକ୍ଷିତ ଭାବେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିଛନ୍ତି । ସାଉଦୀ ଆରବରୁ ଉଦ୍ଧାର ହୋଇଛନ୍ତି କେନ୍ଦ୍ରାପଡ଼ାର ୨ ଜଣ ଓ ଖୋର୍ଦ୍ଧା ଜିଲ୍ଲାର ୬ ଜଣ ଶ୍ରମିକ। ବନ୍ଦୀ ଭଳି ଜୀବନ କାଟୁଥିବା ଶ୍ରମିକ ସାଢେ ୩ ମାସ ପରେ ଓଡିଶା ଫେରିଛନ୍ତି

910-

କନକବ୍ୟୁରୋ: ଶେଷରେ ଜନ୍ମମାଟିକୁ ଫେରିଲେ ବିଦେଶରେ ଫଶିଥିବା ଶ୍ରମିକ । ୬ ଜଣ ଶ୍ରମିକ ସୁରକ୍ଷିତ ଭାବେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିଛନ୍ତି । ସାଉଦୀ ଆରବରୁ ଉଦ୍ଧାର ହୋଇଛନ୍ତି କେନ୍ଦ୍ରାପଡ଼ାର ୨ ଜଣ ଓ ଖୋର୍ଦ୍ଧା ଜିଲ୍ଲାର ୬ ଜଣ ଶ୍ରମିକ । ବନ୍ଦୀ ଭଳି ଜୀବନ କାଟୁଥିବା ଶ୍ରମିକ ସାଢେ ୩ ମାସ ପରେ ଓଡିଶା ଫେରିଛନ୍ତି । 

ଦଲାଲଙ୍କ ଜାଲରେ ଫସିଯାଇଥିବା କହିଛନ୍ତି। ଅନେକ ଦିନ ଭୋକ ଓପାସରେ ବି ବିତିଛି ଶ୍ରମିକଙ୍କ ଦିନ ଓ ରାତି। ପେଟପାଟଣା ପାଇଁ ବିଦେଶ ଯାଇଥିଲେ। ପାଣି ପାଇପ ମିସ୍ତ୍ରୀ କାମ ପାଇଁ  ଦଲାଲ କହିଥିଲା। କିନ୍ତୁ ଅଳିଆ ସଫାରେ ନିୟୋଜିତ କରିଥିଲା। ୪ ମାସର ପାରିଶ୍ରମିକ ଦେଲା ନାହିଁ କମ୍ପାନୀ। ବରଂ ଠିକାଦାର ମନମାନି କଲା ।

ବହୁ ଅତ୍ୟାଚାରର ସାମ୍ନା କରିବା ପରେ ସ୍ୱଦେଶ ଫେରାଇ ଆଣିବା ପାଇଁ ଆକୁଳ ନିବେଦନ କରିଥିଲେ । କନକ ନ୍ୟୁଜରେ ସେ ସଂପର୍କରେ ଖବର ପ୍ରସାରଣ ପରେ ଶ୍ରମିକଙ୍କୁ ଉଦ୍ଧାର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସେଠାରେ ଭାରତୀୟ ଦୂତାବାସ ସହ ଯୋଗାଯୋଗ କରାଯାଇଥିଲା। ଏହାପରେ ଶ୍ରମିକଙ୍କୁ ସୁରକ୍ଷିତ ନିଜ ଦେଶକୁ ପଠାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe