କନକ ବ୍ୟୁରୋ : ଲୋକପ୍ରିୟ ଗାୟକ ଜୁବନ୍‌ ଗର୍ଗ ମୃତ୍ୟୁ ଘଟଣାରେ ପୁଣି ଆଉ ଦୁଇଜଣଙ୍କୁ ବାନ୍ଧିଲା ପୁଲିସ୍ । ଜୁବିନ୍‌ଙ୍କ ବ୍ୟାଣ୍ଡ୍‌ର ସଦସ୍ୟ ଏବଂ ସହ କଣ୍ଠଶିଳ୍ପୀ ଅମ୍ରିତପ୍ରଭାଙ୍କୁ ଗିରଫ କରିଛି ଆସାମ ପୁଲିସ । ପୂର୍ବରୁ ଜୁବିନ୍‌ଙ୍କ ମ୍ୟାନେଜର ଓ ୟାର୍ଟ ପାର୍ଟିର ଆୟୋଜକ ହୋଇଥିଲେ ଗିରଫ ।  ତେବେ ଜୁବିନ୍‌ଙ୍କ ମୃତ୍ୟୁର ତଦନ୍ତ ପାଇଁ ଦାବି କରିଥିଲେ ତାଙ୍କ ପତ୍ନୀ ଗରିମା ଗର୍ଗ ସୈକିଆ ଦାବି କରିଥିଲେ । 

Advertisment

ଏ ପର୍ଯ୍ୟନ୍ତ ଜୁବୀନ ଗର୍ଗ ମୃତ୍ୟୁ ମାମଲାରେ ଚାରି ଜଣଙ୍କୁ ଗିରଫ କରାଯାଇଛି ଏବଂ ଅନ୍ୟମାନଙ୍କୁ ପଚରାଉଚରା କରାଯାଇଛି । ନିକଟରେ, ଜୁବୀନଙ୍କ ପତ୍ନୀ ଗରିମା ସାଇକିଆ ଗର୍ଗ ତାଙ୍କ ସ୍ୱାମୀଙ୍କ ମ୍ୟାନେଜର ସିଦ୍ଧାର୍ଥ ଶର୍ମାଙ୍କ ବିଷୟରେ ସନ୍ଦେହ ପ୍ରକାଶ କରି ସିଙ୍ଗାପୁର ଘଟଣାରେ ସମ୍ଭାବ୍ୟ ସମ୍ପୃକ୍ତି ଅଭିଯୋଗ କରିଥିଲେ । ସୂଚନା ଅନୁସାରେ ଜୁବିନ ଗର୍ଗଙ୍କ ପତ୍ନୀ ଗରିମା ସୈକିଆ ଗର୍ଗ ତାଙ୍କ ସ୍ୱାମୀଙ୍କ ମୃତ୍ୟୁକୁ ନେଇ ସନ୍ଦେହ କରିଥିଲେ । ଏହାସହ ଜୁବିନ ଗର୍ଗଙ୍କ ଶେଷ ସମୟରେ ଘଟିଥିବା ଘଟଣାଗୁଡ଼ିକର ସଠିକ୍ ତଦନ୍ତ ପାଇଁ ଦାବି କରିଛନ୍ତି । ଜାତୀୟ ଗଣମାଧ୍ୟମରେ ସେ କହିଛନ୍ତି ଯେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁକୁ ନେଇ ତାଙ୍କୁ କି ତାଙ୍କ ପରିବାରକୁ ସ୍ପଷ୍ଟ ଉତ୍ତର ଦିଆଯାଇ ନାହିଁ । ସେ କହିଛନ୍ତି, "ଜୁବିନ ଗର୍ଗଙ୍କ ସହ ପ୍ରକୃତରେ କ’ଣ ହେଲା, ଆମେ ଜାଣିନାହୁଁ । ତାଙ୍କ ମୃତ୍ୟୁ କିପରି ଘଟିଲା, ଏହା ଏପର୍ଯ୍ୟନ୍ତ ଏକ ରହସ୍ୟ । ଆମକୁ ଏହାର ଉତ୍ତର ଦରକାର । ସେ ଅବହେଳାର ଶିକାର ହୋଇଛନ୍ତି, ଏହା ନିଶ୍ଚିତ, କିନ୍ତୁ ତାଙ୍କ ପରି ଜଣେ ବ୍ୟକ୍ତିଙ୍କୁ କାହିଁକି ଅବହେଳା କରାଗଲା ? ମୁଁ ତଦନ୍ତ ଉପରେ ବିଶ୍ୱାସ କରେ।"

ୟାଟ ପାର୍ଟି ଉପରେ ପ୍ରଶ୍ନ ଉଠାଇଲେ ଜୁବିନଙ୍କ ପତ୍ନୀ

ଗରିମା କହିଛନ୍ତି ଯେ ସେ ଶେଷ ଥର ପାଇଁ ସେପ୍ଟେମ୍ବର ୧୮ରେ ତାଙ୍କ ସ୍ୱାମୀଙ୍କ ସହ କଥା ହୋଇଥିଲେ । କିନ୍ତୁ ସେ ସିଙ୍ଗାପୁରରେ ହେବାକୁଥିବା କୌଣସି ୟାଟ ପାର୍ଟି ବିଷୟରେ କହିନଥିଲେ । ଯଦି ସେ ଜାଣିଥାନ୍ତେ ତେବେ ମୋତେ ନିଶ୍ଚୟ କହିଥାନ୍ତେ । ତାଙ୍କୁ ୟାଟ ପାର୍ଟି ବିଷୟରେ ଜଣା ନଥିଲା । ମୁଁ ଆଶା କରୁଛି ତଦନ୍ତରେ ଏହା ବିଷୟରେ ଜଣାପଡ଼ିବ ଏବଂ ଆମକୁ ଉତ୍ତର ମିଳିବ ।"