ନାମ୍ବିଆ ପରେ ଜିମ୍ବାୱେରେ ଖାଦ୍ୟ ସଙ୍କଟ । ୨୦୦ ହାତୀଙ୍କୁ ମାରି ଭୋକିଲା ଲୋକଙ୍କ କ୍ଷୁଧା ମେଣ୍ଟାଇବାକୁ ନିଷ୍ପତ୍ତି

ନାମ୍ବିଆ ପରେ ଜିମ୍ବାୱେରେ ଭୀଷଣ ଖାଦ୍ୟ ସଙ୍କଟ। ଭୋକିଲା ଲୋକଙ୍କୁ ଖାଦ୍ୟ ଯୋଗାଇବାକୁ ମରାଯିବ ୨୦୦ ହାତୀ। ହାତୀ ଗଣହତ୍ୟାକୁ ଅନୁମତି ଦେଇଛନ୍ତି ଜିମ୍ବାୱେ ସରକାର। ହାତୀମାନଙ୍କୁ ମାରି ସେମାନଙ୍କ ମାଂସ ଭୋକ ଉପାସରେ ରହୁଥିବା ନାଗରିକଙ୍କୁ ଦିଆଯିବ।

elephant death

କନକ ବ୍ୟୁରୋ: ନାମ୍ବିଆ ପରେ ଜିମ୍ବାୱେରେ ଭୀଷଣ ଖାଦ୍ୟ ସଙ୍କଟ। ଭୋକିଲା ଲୋକଙ୍କୁ ଖାଦ୍ୟ ଯୋଗାଇବାକୁ ମରାଯିବ ୨୦୦ ହାତୀ। ହାତୀ ଗଣହତ୍ୟାକୁ ଅନୁମତି ଦେଇଛନ୍ତି ଜିମ୍ବାୱେ ସରକାର। ହାତୀମାନଙ୍କୁ ମାରି ସେମାନଙ୍କ ମାଂସ ଭୋକ ଉପାସରେ ରହୁଥିବା ନାଗରିକଙ୍କୁ ଦିଆଯିବ। ଜିମ୍ବାୱେ ଦଶନ୍ଧି ମଧ୍ୟରେ ସବୁଠୁ ଭୟଙ୍କର ମରୁଡ଼ିର ମୁକାବିଲା କରୁଛି। ସମଗ୍ର ଦେଶରେ ଖାଦ୍ୟ ପାଇଁ ହାହାକାର ସୃଷ୍ଟି ହୋଇଛି। କ୍ଷୁଧାରେ ଛଟପଟ ହେଉଥିବା ଲୋକଙ୍କୁ ଖାଇବାକୁ ଦେବା ନିମନ୍ତେ ୨୦୦ ହାତୀ ମାରିବାକୁ ସରକାର ଅନୁମତି ଦେଇଛନ୍ତି। ଯାହାକୁ ନେଇ ବିଶ୍ବବ୍ୟାପୀ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି।

ଜିମ୍ବାୱେ ପାର୍କ ଓ ବନ୍ୟପ୍ରାଣୀ ପ୍ରାଧୀକରଣର ମୁଖପାତ୍ର ଟିନାସେ ଫାରାଓ  କହିଛନ୍ତି, ଦେଶର ପ୍ରାୟ ଅଧା ଜନସଂଖ୍ୟା ତୀବ୍ର କ୍ଷୁଧାର ସମ୍ମୁଖୀନ ହେଉଛନ୍ତି । ହାତୀ ମାରି ସେମାନଙ୍କୁ ଖାଇବାକୁ ଦେବାକୁ ଯୋଜନା କରାଯାଇଛି। ପଶୁ ଅଧିକାର କର୍ମୀ ଏବଂ ସଂରକ୍ଷକଙ୍କ ଦ୍ୱାରା ଏହି ପଦକ୍ଷେପକୁ ସମାଲୋଚନା କରାଯାଇଛି। ଜିମ୍ବାୱେରେ ପ୍ରାୟ ୮୪ ହଜାରରୁ ଅଧିକ ହାତୀ ରହୁଛନ୍ତି ବୋଲି ଫାରାଓ କହିଛନ୍ତି, ଯାହା ଏହାର କ୍ଷମତାର ପ୍ରାୟ  ଦୁଇଗୁଣ। ଜିମ୍ବାୱେର ହାତୀ ସଂଖ୍ୟା ବିଶ୍ୱର ଦ୍ବିତୀୟ ବୃହତ୍ତମ। ସେପଟେ ନାମ୍ବିଆରେ ୮୩ ହାତୀ ସହ ୭୦୦ ପଶୁଙ୍କୁ ମାରି ଖାଇବାକୁ ପାଉନଥିବା ଲୋକଙ୍କୁ ଦେବାକୁ ତିନି ସପ୍ତାହ ତଳେ ନିର୍ଦ୍ଦେଶ ନେଇଥିଲେ ଜିମ୍ବାୱେ ସରକାର।

ହାତୀ ମାରିଲେ ପେଟ ପୁରିବ

  • ନାମ୍ବିଆ ପରେ ଜିମ୍ବାୱେରେ ଭୀଷଣ ଖାଦ୍ୟ ସଙ୍କଟ
  • ଭୋକିଲା ଲୋକଙ୍କୁ ଖାଦ୍ୟ ଯୋଗାଇବାକୁ ମରାଯିବ ୨୦୦ ହାତୀ
  • ହାତୀ ଗଣହତ୍ୟାକୁ ଅନୁମତି ଦେଇଛନ୍ତି ଜିମ୍ବାୱେ ସରକାର
  • ହାତୀମାନଙ୍କୁ ମାରି ସେମାନଙ୍କ ମାଂସ ଭୋକ ଉପାସରେ ରହୁଥିବା ନାଗରିକଙ୍କୁ ଦିଆଯିବ
  • ଜିମ୍ବାୱେ ଦଶନ୍ଧି ମଧ୍ୟରେ ସବୁଠୁ ଭୟଙ୍କର ମରୁଡ଼ିର ମୁକାବିଲା କରୁଛି
  • ସମଗ୍ର ଦେଶରେ ଖାଦ୍ୟ ପାଇଁ ହାହାକାର ସୃଷ୍ଟି ହୋଇଛି
  • ଦେଶର ପ୍ରାୟ ଅଧା ଜନସଂଖ୍ୟା ତୀବ୍ର କ୍ଷୁଧାର ସମ୍ମୁଖୀନ ହେଉଛନ୍ତି
  • ପଶୁ ଅଧିକାର କର୍ମୀ ଏବଂ ସଂରକ୍ଷକଙ୍କ ଦ୍ୱାରା ଏହି ପଦକ୍ଷେପକୁ ସମାଲୋଚନା କରାଯାଇଛି
  • ଜିମ୍ବାୱେରେ ପ୍ରାୟ ୮୪ ହଜାରରୁ ଅଧିକ ହାତୀ ରହୁଛନ୍ତି
  • ଜିମ୍ବାୱେର ହାତୀ ସଂଖ୍ୟା ବିଶ୍ୱର ଦ୍ବିତୀୟ ବୃହତ୍ତମ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe