କନକ ବ୍ୟୁରୋ;  ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଓ ସ୍ବାମୀ ଜହିର ଇକବାଲଙ୍କ କେମେଷ୍ଟ୍ରି ସବୁବେଳେ ପ୍ରଶଂସକଙ୍କ ମନକୁ ଛୁଇଁଛି । ଦୁହିଁଙ୍କ ମଜାକ୍ ମସ୍ତିର ଫଟୋ ଆଉ ଭିଡିଓ ସବୁବେଳେ ସୋସିଆଲ ମିଡିଆରେ ଭାଇରାଲ ହୁଏ । ଏବେ ସୋନାକ୍ଷୀଙ୍କର ଆଉ ଏକ ବ୍ଲଗ୍ ନେଟିଜେନ୍ସଙ୍କ ଆକର୍ଷଣ ପାଲଟିଛି । ସୋନାକ୍ଷୀ ଓ ଜହିର ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ସୋନାକ୍ଷୀ ମସଜିଦ୍ ଯିବାକୁ ବେଶ୍ ଆଗ୍ରହୀ ଜଣାପଡ଼ୁଛନ୍ତି । ଆଉ ଆଗୁଆ ତାଙ୍କ ସ୍ବାମୀ ଜହିର କହିଛନ୍ତି ମୁଁ ଏଠାକୁ ସୋନାକ୍ଷୀଙ୍କ  ଧର୍ମ ପରିବର୍ତ୍ତନ କରିବାକୁ ଆଣିନି ।  

Advertisment

ଗୋବର ବିକି ମାଲାମାଲ୍ : ବିଦେଶୀ ମାର୍କେଟରେ ୪୦୦ କୋଟିର ବେପାର ଦେଉଛି ଗୋବର

ସୋନାକ୍ଷୀ ଓ ଜହିର ଏବେ ଆବୁଧାବୀରେ ଅଛନ୍ତି । ସେମାନଙ୍କୁ ସେଠିକାର ଟୁରିଜିମ୍ ପ୍ରମୋସନ ପାଇଁ ସୁଯୋଗ ମିଳିଛି । ଭିଡିଓରେ ସୋନାକ୍ଷୀଙ୍କୁ ମସଜିଦ ଯିବାକୁ ଉତ୍ସାହୀ ଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ଅନେକ ପ୍ରଶଂସା କରୁଥିବାବେଳେ ଆହୁରି ଅନେକ ଟ୍ରୋଲ କରିଛନ୍ତି । ଟ୍ରୋଲରଙ୍କୁ ବି ଟ୍ରୋଲ କରିଛନ୍ତି ଜହିର । ସେ କହିଛନ୍ତି , ସେ ସୋନାକ୍ଷୀଙ୍କୁ ତାଙ୍କ ଧର୍ମ ବଦଳାଇବାକୁ ମସଜିଦକୁ ଆଣିନାହାନ୍ତି ବରଂ ସେ ଦୁହେଁ ଆବୁଧାବୀରେ ଅଛନ୍ତି । ତାଙ୍କର ଏହି ଯାତ୍ରା ଆସାଧାରଣ ହେବାକୁ ଯାଉଛି । ଆବୁଧାବୀ ସହରର ସୌନ୍ଦର୍ଯ୍ୟ ଦେଖିବାକୁ ସେଠିକାର ସରକାରଙ୍କ ପକ୍ଷରୁ ସୁଯୋଗ ମିଳିଛି । ଦୁହେଁ ସାନଦାର ଯାତ୍ରା ପାଇଁ ପ୍ରସ୍ତୁତି କରିଆସିଛନ୍ତି । ତାଙ୍କର ପ୍ରଥମ ସ୍ଟପ୍ ସେଠିକାର ଶେଖ୍ ଜାୟଦ୍ ଗ୍ରାଣ୍ଡ ମସଜିଦ୍ । 

ଏହି ଟ୍ରିପକୁ ନେଇ ସୋନାକ୍ଷୀ ବି ବହୁତ ଏକ୍ସାଇଟେଡ୍ ଅଛନ୍ତି । ସୋନାକ୍ଷୀ କହିଛନ୍ତି,’ ସେ ଆଗରୁ ମନ୍ଦିର ଏବଂ ଚର୍ଚ୍ଚ ଯାଇଛନ୍ତି । କିନ୍ତୁ ଏବେ ପ୍ରଥମ ଥର ପାଇଁ ସେ ମସଜିଦ୍ ଭିତରକୁ ଯାଉଛନ୍ତି । ଏ  ମସଜିଦ୍ ପ୍ରକୃତରେ ବହୁତ ସୁନ୍ଦର । ଆଉ ଭିଡିଓ ଶେଷରେ ସୋନାକ୍ଷୀ ’Special marriage Act jindabad’  ବୋଲି କହିଛନ୍ତି ।

ପାକିସ୍ତାନକୁ ଆଫଗାନିସ୍ତାନର କଡ଼ା ଚେତାବନୀ

୨୦୨୪ ଜୁନରେ ଦୀର୍ଘ ୭ ବର୍ଷର ପ୍ରେମ ସମ୍ପର୍କକୁ ବିବାହର ନାଁ ଦେଇଥିଲେ ସୋନାକ୍ଷୀ । ଜହୀର ଇକବାଲଙ୍କୁ ବିବାହ କରିଥିଲେ । ପ୍ରଥମେ କୋର୍ଟ ମ୍ୟାରେଜ କରିବା ପରେ ଗ୍ରାଣ୍ଡ ରିସେପ୍ସନର ବ୍ୟବସ୍ଥା କରିଥିଲେ । ଏଥିରେ ଶତ୍ରୁଘ୍ନ ସିହ୍ନା ଓ ପୁନମ୍ ସିହ୍ନା ଝିଅ ସୋନାକ୍ଷୀଙ୍କୁ ଆଶୀର୍ବାଦ ଦେଉଥିବା ଦେଖିବାକୁ ମିଳିଥିଲା ।ତେବେ ତା’ ପୂର୍ବରୁ ଝିଅ ସୋନାକ୍ଷୀକୁ ନିଜ ସମ୍ପତ୍ତିର କିଛି ଭାଗ ଦେବେନି ବୋଲି ସର୍ବ ସମ୍ମୁଖରେ କହିଥିଲେ ସୋନାକ୍ଷୀଙ୍କ ବାପା ଶତ୍ରୁଘ୍ନ ସିହ୍ନା । ସେସମୟରେ ଏହାକୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା ଝିଅ ଅନ୍ୟ କମ୍ୟୁନିଟିରେ ବିବାହ କରୁଥିବାରୁ ତାଙ୍କୁ ନିଜ ସମ୍ପତ୍ତିରୁ ବାଜ୍ୟାପ୍ତ କରିବାକୁ ଚାହୁଥିବା ଚର୍ଚ୍ଚା ହୋଇଥିଲା । ହେଲେ ପ୍ରକୃତ କଥା ଅଲଗା ଥିଲା ।  

ନାମାଙ୍କନ ଭରିବାକୁ ଯାଇଥିବା ସମୟରେ ତାଙ୍କ ସମ୍ପତ୍ତି ତାଲିକା ଦାଖଲ କରିଥିଲେ ଶତ୍ରୁଘ୍ନ । ସେ ସମୟରେ ତାଙ୍କ ସମ୍ପତ୍ତି କାହାକୁ କେତେ ଦେବେ. ବୋଲି ପ୍ରଶ୍ନ କରାଯିବାରୁ ସେ କହିଥିଲେ , ତାଙ୍କ ସମ୍ପତ୍ତି ଦୁଇ ପୁଅଙ୍କ ନାଁରେ କରିବେ । ଝିଅକୁ କିଛି ଦେବେନାହିଁ କାରଣ ତାଙ୍କ ଝିଅ ଆତ୍ମନିର୍ଭରଶୀଳ । ସେ ନିଜ ଦମରେ ଯେମିତି ଉପାର୍ଜନ କରିଛି  । ତା ପାଇଁ ମୁଁ ଗର୍ବିତ । ତାକୁ ମୋ ସମ୍ପତ୍ତିର ଆବଶ୍ୟକତା ନାହିଁ । ଏହାର କିଛି ଦିନ ପରେ ସୋନାକ୍ଷୀ ଜହିରଙ୍କୁ ବିବାହ କରିଥିଲେ ।