କନକ ବ୍ୟୁରୋ: ଭାରତୀୟ କ୍ରିକେଟର୍ ୟୁଝବେନ୍ଦ୍ର ଚହଲ ପୁଣି ଥରେ ସାମାଜିକ ଗଣମାଧ୍ୟମରେ ନିଜର ଛାପ ଦେଖାଇଛନ୍ତି । ଏଥର ଥାଇଲାଣ୍ଡରେ ତାଙ୍କ ଛୁଟି ଏବଂ ମଜାଦାର କ୍ୟାପସନ୍ ଭାଇରାଲ୍ ହେବାକୁ ଲାଗିଛି । ଥାଇଲାଣ୍ଡରେ ଛୁଟି କଟାଉଥିବାର ଏକାଧିକ ଫଟୋ ଚହଲ ନିଜ ସାମଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି । ଏଥିରେ ମଜାଦାର ଶିରୋନାମ ‘ନୋ ମନି, ନୋ ହନି’ ଏବଂ ‘ଏହା ଡିଟେକ୍ସ ସମୟ’ ଲେଖିଥିଲେ । ପୋଷ୍ଟ ହେଉ ହେଉ ଏହା ସଙ୍ଗେ ସଙ୍ଗେ ଭାଇରାଲ୍ ହୋଇଯାଇଥିଲା । ପ୍ରଶଂସକମାନେ ଏହାକୁ ଉପଭୋଗ କରିବା ସହ ପ୍ରତିକ୍ରିୟା ରଖିଥିଲେ । ମଜାଳିଆ ପୋଷ୍ଟ କରି ସମର୍ଥକମାନଙ୍କୁ ଆକୃଷ୍ଟ କରିବାରେ ଚହଲ ସର୍ବଦା ଆଗରେ ରହନ୍ତି । ତାଙ୍କର ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ ସେ ଖବରରେ ଅଛନ୍ତି । ଛାଡ଼ପତ୍ର, ବ୍ରେକ୍ଅପ୍ ଗୁଜବ ଏବଂ ନୂଆ ଡେଟିଂକୁ ନେଇ ସେ ଚର୍ଚ୍ଚାରେ ରହିଛନ୍ତି । ଧନଶ୍ରୀ ବର୍ମାଙ୍କୁ ୨୦୨୦ ଚହଲ ବିବାହ କରିଥିଲା ବେଳେ ୨୦୨୫ରେ ଉଭୟଙ୍କ ଛାଡ଼ପତ୍ର ହୋଇଥିଲା । ଏହା ପରେ ଅର୍ଜେ ମାହବାଶଙ୍କ ସହ ତାଙ୍କର ଡେଟିଂ ଚାଲିଥିବା ଆଲୋଚନା ହେଉଛି । କିଛି ମ୍ୟାଚ୍ରେ ମଧ୍ୟ ଚହଲଙ୍କୁ ମାହବାଶ ଚିଅର୍ କରୁଥିବା ଦେଖିବାକୁ ମିଳିଛି ।
ଏହା ବି ପଢ଼ନ୍ତୁ: ଅଭ୍ୟାସ ମ୍ୟାଚ୍ ପାଇଁ ଭାରତ-ଏ ଦଳ ଘୋଷଣା, ଫେରିଲେ ତିଳକ
Follow Us