ମୁହଁରେ ସରଳତା କିନ୍ତୁ ଉଦ୍ଦେଶ୍ୟ ସାଙ୍ଘାତିକ: ଜାଣନ୍ତୁ କିଏ ଏହି ଶିକ୍ଷକ, ଯିଏ ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ କରିଥିଲେ ସାହାଯ୍ୟ

Advertisment

ଜାଣନ୍ତୁ କିଏ ଏହି ଶିକ୍ଷକ, ଯିଏ ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ କରିଥିଲେ ସାହାଯ୍ୟ

ଜାଣନ୍ତୁ କିଏ ଏହି ଶିକ୍ଷକ, ଯିଏ ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ କରିଥିଲେ ସାହାଯ୍ୟ

ପେଶା ଶିକ୍ଷକତା ନିଶା ଆତଙ୍କବାଦ

ପେଶା ଶିକ୍ଷକତା ନିଶା ଆତଙ୍କବାଦ Photograph: (Kanaknews)

କନକ ବ୍ୟୁରୋ: ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ସହାୟତା କରିବା ଅଭିଯୋଗରେ ଜଣେ ଶିକ୍ଷକଙ୍କୁ ଗିରଫ କରାଯାଇଛି । ଶ୍ରୀନଗର ପୁଲିସ କୁଲଗାମରୁ ଅଭିଯୁକ୍ତକୁ ଗିରଫ କରିଛି । ଏପ୍ରିଲ ୨୨ ତାରିଖରେ, ପହଲଗାମର ବୈସାରନ ଉପତ୍ୟକାରେ ଆତଙ୍କବାଦୀମାନେ ୨୫ ଜଣ ପର୍ଯ୍ୟଟକଙ୍କୁ ସେମାନଙ୍କ ଧର୍ମ ପଚାରି ସେମାନଙ୍କୁ ଗୁଳି କରି ହତ୍ୟା କରିଥିଲେ । ଏହି ଆକ୍ରମଣ ପରେ କ'ଣ ଘଟିଥିଲା ତାହା ସମଗ୍ର ଦେଶ ଏବଂ ବିଶ୍ୱ ଜାଣନ୍ତି । ଫଟୋରେ ଦେଖାଯାଉଥିବା ଏହି ବ୍ୟକ୍ତି ଜଣକ ହେଉଛନ୍ତି ମହମ୍ମଦ ୟୁସୁଫ୍ କଟାରି, ଯାହାକୁ ପହଲଗାମ୍ ଆକ୍ରମଣରେ ଆତଙ୍କବାଦୀଙ୍କୁ ସହାୟତା କରିବା ଅଭିଯୋଗରେ ଜମ୍ମୁ ଏବଂ କାଶ୍ମୀର ପୁଲିସ ଗିରଫ କରିଥିଲା । ୟୁସୁଫ୍ କଟାରିଙ୍କ ଯେଉଁ ପ୍ରଥମ ଫଟୋ ସାମ୍ନାକୁ ଆସିଛି, ସେଥିରେ ସେ ଜଣେ ସାଧାରଣ ଚେହେରା ସହିତ ସାଧାରଣ ଯୁବକ ପରି ମନେହୁଏ । କିନ୍ତୁ ଏହି ସାଧାସିଧା ଚେହେରା ପଛରେ ଗୋଟିଏ ସୈତାନ ଦିମାଗ ଲୁଚି ଥିବ ବୋଲି ଭାବିନଥିବେ ।  

ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରାୟ ପାଞ୍ଚ ମାସ ପରେ, ଜମ୍ମୁ ଏବଂ କାଶ୍ମୀର ପୁଲିସ ବୁଧବାର ଦିନ ଦକ୍ଷିଣ କାଶ୍ମୀରରୁ ୟୁସୁଫ୍ କଟାରିଙ୍କୁ ଗିରଫ କରିଛି । ଜମ୍ମୁ ଏବଂ କାଶ୍ମୀରର  ଏହି ୨୬ ବର୍ଷୀୟ ଶିକ୍ଷକ ୟୁସୁଫ୍ କଟାରି ଲସ୍କର-ଏ-ତୈବା ସହିତ ଜଡିତ ବୋଲି କୁହାଯାଉଛି । ତାଙ୍କୁ କୋର୍ଟରେ ହାଜର କରାଯାଇ ନ୍ୟାୟିକ ହାଜତକୁ ପଠାଇ ଦିଆଯାଇଛି ।  ଜମ୍ମୁ ଏବଂ କାଶ୍ମୀର ପୁଲିସ ସୂତ୍ର ଅନୁଯାୟୀ, ଅପରେସନ ମହାଦେବରେ ନିହତ ଲସ୍କର ଆତଙ୍କବାଦୀଙ୍କଠାରୁ ଉଦ୍ଧାର କରାଯାଇଥିବା ଅସ୍ତ୍ରଶସ୍ତ୍ର ଯାଞ୍ଚ କରିବା ପରେ ପୁଲିସକୁ ମହମ୍ମଦ କଟାରିଆ  ସଂସ୍ଲିଷ୍ଟ ଥିବା ନେଇ  ସୁରାଗ ମିଳିଥିଲା । ତେବେ ଅପରେସନ ମହାଦେବରେ ସୁରକ୍ଷା ବାହିନୀ ପହଲଗାମ ଆକ୍ରମଣ ପାଇଁ ଦାୟୀ ତିନି ଜଣ ପାକିସ୍ତାନୀ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ। ।  
   

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe