କନକବ୍ୟୁରୋ : କୁଆଡେ ଗଲେ ୟ୍ୟଟ୍ୟୁବର ରଣବୀର ଆହ୍ଲାବାଦିଆ? ମୁମ୍ବାଇ ଘରେ ପଡିଛି ତାଲା। ଗିରଫ ଭୟରେ ରଣବୀର ଫେରାର ହୋଇଯାଇଥିବା କୁହାଯାଉଥିବା ବେଳେ ଇନଷ୍ଟାଗ୍ରାମ ପୋଷ୍ଟ ଜରିଆରେ ନିଜ କଥା କହିଛନ୍ତି ରଣବୀର ଆହ୍ଲାବାଦିଆ । ଏଥିରେ ଲେଖିଛନ୍ତି, ସେ ଫେରାର ନାହାନ୍ତି, ବରଂ ପୋଲିସ୍ ଓ ତଦନ୍ତକାରୀ ଅଧିକାରୀଙ୍କୁ ସହଯୋଗ କରୁଛନ୍ତି ।
ଏହାସହ ନିଜର ଆପତ୍ତିଜନକ ଟିପ୍ପଣୀ ପାଇଁ ସେ ପୁଣିଥରେ କ୍ଷମା ମାଗିଛନ୍ତି। ତେବେ ତାଙ୍କୁ ଜୀବନରୁ ମାରିଦେବାକୁ ବାରମ୍ବାର ଧମକ ଆସୁଥିବା ପୋଷ୍ଟରେ ଜଣାଇଛନ୍ତି। ଏହାକୁ ନେଇ ସେ ଭୟଭୀତ ଅଛନ୍ତି। ଏହାସହ ତାଙ୍କ ମାଙ୍କ କ୍ଲିନିକକୁ ମଧ୍ୟ ଟାର୍ଗେଟ୍ କରାଯାଇଛି। ଇଣ୍ଡିଆଜ ଗଟ୍ ଲାଟେଣ୍ଟରେ ଆପତ୍ତିଜନକ ମନ୍ତବ୍ୟ ପରଠୁ ରଣବୀରଙ୍କ ଅଡ଼ୁଆ ବଢ଼ିଚାଲିଛି ।
ଶୁକ୍ରବାର ତାଙ୍କୁ ହାଜର ହେବା ପାଇଁ ମୁମ୍ବାଇ ପୋଲିସ୍ ସମନ କରିଥିଲେ ବି ରଣବୀର ହାଜର ହୋଇନଥିଲେ। ସୁପ୍ରମକୋର୍ଟରୁ ମଧ୍ୟ ତାଙ୍କୁ ଝଟକା ମିଳିଛି। ରଣବୀରଙ୍କ ମାମଲାର ଶୁଣାଣି ତରୁନ୍ତ କରିବାକୁ ତାଙ୍କ ଓକିଲ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଥିଲେ, ହେଲେ ସର୍ବୋଚ୍ଚ ନ୍ୟାୟଳୟ ଏହାକୁ ମନା କରିଦେଇଛନ୍ତି। ରଣବୀରଙ୍କ ଓକିଲ ଭାବେ ପୂର୍ବତନ ସିଜେଆଇ ଡିୱାଇ ଚନ୍ଦ୍ରଚୂଡଙ୍କ ପୁଅ ଅଭିନବ ଚନ୍ଦ୍ରଚୂଡ ଲଢ଼ୁଛନ୍ତି ।