ପ୍ରେମିକାଙ୍କ ମୃତ୍ୟୁକୁ ନେଇ ବିବାଦରେ ୟୁଟ୍ୟୁବର ; ୪ ଦିନ ପରେ ବି ଧରାଛୁଆଁ ଦେଉନାହାନ୍ତି ଲବ ହାଁସଦା

ପ୍ରେମିକାଙ୍କ ଆତ୍ମହତ୍ୟା ପରେ ବିବାଦରେ ୟୁଟ୍ୟୁବର ଲବ ହାଁସଦା । ମୃତ୍ୟୁ ପାଇଁ ଲବଙ୍କୁ ଦାୟୀ କରି ଥାନାରେ ଏତଲା ଦେଲେ ସୋଲୋମିଙ୍କ ଭାଇ । ୪ ଦିନ ପରେ ବି ସାମନାକୁ ଆସୁନାହାନ୍ତି ଅଭିଯୁକ୍ତ । 

youtuber

youtuber Photograph: (KanakNews)

କନକ ବ୍ୟୁରୋ:  ବିବାଦ ଘେରରେ ୟୁଟ୍ୟୁବର ଲବ ହାଁସଦା । ପ୍ରେମିକାଙ୍କ ଆତ୍ମହତ୍ୟା ଅଭିଯୋଗ ନେଇ ଫସି ଯାଇଛନ୍ତି ଲବ । ଆତ୍ମହତ୍ୟା ପାଇଁ ଲବଙ୍କୁ ଦାୟୀ କରିଛନ୍ତି ପ୍ରେମିକାଙ୍କ ପରିବାର । ଘଟଣାକୁ ୪ ଦିନ ବିତି ଯାଇଥିଲେ ବି ଲବ ହାଂସଦା ଧରାଛୁଆଁ ଦେଉନାହାନ୍ତି 

ଲବ ହାଁସଦା,  ସୋସିଆଲ ମିଡିଆ ସେନସେସନ୍‌। ଦେଶ ବିଦେଶ ବୁଲି ଟ୍ରାଭେଲ ଭିଡିଓ କରି ଖୁବ୍ କମ୍ ଦିନରେ ସେ ସାଉଁଟିଛନ୍ତି ଅନେକ ପ୍ରଶଂସା । ନିଆରା ଶୈଳୀ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଲବ ଏବେ ବିବାଦକୁ ଆସିଛନ୍ତି । ପ୍ରେମିକାଙ୍କ ମୃତ୍ୟୁ ପରେ ଫସି ଯାଇଛନ୍ତି ଲବ ହାଁସଦା । ପ୍ରେମିକା ସୋଲୋମୀଙ୍କ ମୃତ୍ୟୁ ପାଇଁ ଲବଙ୍କୁ ଦାୟୀ କରିଛନ୍ତି ତାଙ୍କ ପରିବାର । 

ବିହାରର ସୋଲୋମୀ ବେଙ୍ଗାଲୁରୁରେ ଚାକିରି କରୁଥିଲେ । କିଛିବର୍ଷ ତଳେ ଲବ ହାଁସଦାଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା। ବନ୍ଧୁତାରୁ ପରସ୍ପରକୁ ଭଲ ପାଇଥିଲେ । ଓଡ଼ିଶାଠାରୁ ଦୁବାଇ ଯାଏଁ ଉଭୟ ଅନେକ ସ୍ଥାନ ବୁଲିଥିଲେ । ବିବାହ ପାଇଁ ଏକପ୍ରକାର ନିଷ୍ପତ୍ତି ସରିଥିଲା । କିନ୍ତୁ ଲବଙ୍କର ଅନେକ ମହିଳାଙ୍କ ସହ ସମ୍ପର୍କ ଥିବା ଜାଣିବା ପରେ ସୋଲୋମୀ ଓ ଲବଙ୍କ ସମ୍ପର୍କରେ ସୃଷ୍ଟି ହୋଇଥିଲା ଫାଟ । ଏହାପରେ ସୋଲୋମୀଙ୍କୁ ଲବ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ ବୋଲି ସୋଲାମୀଙ୍କ ପରିବାର ଅଭିଯୋଗ କରିଛନ୍ତି ।

ସୋଲୋମୀ ଓ ଲବଙ୍କ ପ୍ରେମ ସମ୍ପର୍କ ବିଷୟରେ ଲବ ନିଜେ ଅନେକଥର ସ୍ୱୀକାର କରିଥିଲେ । ଆତ୍ମହତ୍ୟା ପୂର୍ବରୁ ଲବଙ୍କୁ ସୋଲୋମୀ ଫୋନ୍ କରିଥିଲେ । ତେବେ ସୋଲୋମୀଙ୍କ ମୃତ୍ୟୁକୁ ୪ ଦିନରୁ ଅଧିକ ସମୟ ବିତିଯାଇଥିଲେ ବି ଲବଙ୍କର ଦେଖା ମିଳୁନାହିଁ । ଘଟଣାଠାରୁ ଦୂରେଇ ରହିବା ଓ ସୋସିଆଲ ମିଡିଆରେ ବି କିଛି ପୋଷ୍ଟ ନକରିବା ଲବଙ୍କ ଭୂମିକାକୁ ଅଧିକ ସନ୍ଦେହ ଘେରକୁ ନେଇଆସିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe